News

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଆଜିକାଲି ଠକାମିକୁ ଅର୍ଥ ଉପାର୍ଜନର ଏକ ମାଧ୍ୟମ କରିସାରିଲେଣି ଠକମାନେ । ସେମାନେ ସାଧାରଣ ଲୋକମାନଙ୍କୁ ଅତି ସହଜରେ ନିଜ ଜାଲରେ ଫସଉଛନ୍ତି । ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଏବଂ ଫୋନ୍‌ କଲ୍‌ ଆଦି ଠକାମିର ଏକ ସାଧାରଣ ମାଧ୍ୟମ ହେଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଏଥିରେ ବିଭିନ୍ନ ପ୍ରକାର ଆର୍ଥିକ ଠକେଇ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ। ଏଥିପାଇଁ ଆର୍‌ବିଆଇ ପକ୍ଷରୁ “ସୁନୋ ଆର୍‌ବିଆଇ କ୍ୟା କେହତା ହୈ” ଅଭିଯାନ ଆରମ୍ଭ କରାଯିବ। ଏହି ଅଭିଯାନରେ ଲୋକମାନଙ୍କୁ ଏସ୍‌ଏମ୍‌ଏସ୍‌ ଜରିଆରେ ଠକେଇ ସମ୍ପର୍କରେ ସଚେତନତା ବାର୍ତା ବଣ୍ଟନ କରାଯିବ।

ଆର୍‌ବିଆଇ ଏହି ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହା ଏସ୍‌ଏମ୍‌ଏସ୍‌ ଜରିଆରେ ଲୋକମାନଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ନୀତି ନିୟମ ବିଷୟରେ ଜଣାଇବ। ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଥିବା ଆର୍ଥିକ ସୁବିଧାସୁଯୋଗଗୁଡ଼ିକ ବିଷୟରେ ସୂଚନା ମଧ୍ୟ ପ୍ରଦାନ କରାଯିବ। ‘ଆର୍‌ବିଆଇସେ’ ନାମରେ ଏସ୍‌ଏମ୍‌ଏସ୍‌ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚିବ। ଅଜଣା କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ର ଲୋଭରେ ପ୍ରଭାବିତ ନ ହେବା ପାଇଁ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ। ଇ-ମେଲ୍‌ ଜରିଆରେ ମଧ୍ୟ ଲୋକଙ୍କୁ ସୂଚନା ପ୍ରଦାନ କରାଯିବ। ଲୋକମାନେ ଚାହିଁଲେ ୮୬୯୧୯୬୦୦୦୦କୁ କଲ୍‌ କରି ଅନେକ ସୂଚନା ହାସଲ କରିପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ପଢନ୍ତୁ, ଖଡ଼ଗପୁର ରେଳ ଷ୍ଟେସନରେ ରେଳ ଚଳାଚଳ ବାତିଲ୍‌, ଯାଣନ୍ତୁ କେଉଁ ରେଳ ବାତିଲ ଓ ୟା ପଛର କାରଣ

Related posts

ରୋଡ୍ ଆକ୍ସିଡେଣ୍ଟରେ ହେବନି ମୃତ୍ୟୁ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ

Ratnamani Moharana

ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ ପ୍ରତିଷ୍ଠା ଲାଗି ସଂଶୋଧିତ ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ

ENO Beuro

୨ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ଦଳିତ ଛାତ୍ର ସୋମନାଥ ହତ୍ୟା ମାମଲା

Ratnamani Moharana

Leave a Comment