26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

କରୋନା ପାଇଁ ରାଜଧାନୀର ୧୭ ହାଟ ଉପରେ ଲାଗିଲା କଟକଣା

କରୋନା ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀର ୧୭ଟି ହାଟ ଉପରେ କଟକଣା ଲାଗିଛି । ହାଟରେ ଯେପରି ଅଧିକ ଲୋକ ଏକାଠି ନହେବେ ଏବଂ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଅସୁବିଧା ନହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜଧାନୀର ୧୭ଟି ହାଟକୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ସଂଧ୍ୟା ୬ଟା ପରେ କୌଣସି ହାଟ ଖୋଲା ରହିବନି।

ମାର୍ଚ୍ଚ ୧୯ରୁ ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ନିର୍ଦ୍ଦେଶନାମା ଅନୁଯାୟୀ, ୟୁନିଟ-୧ ହାଟ/ବଜାର, ୟୁନିଟ-୨ ବଜାର/ହାଟ, ୟୁନିଟ-୩ ବଜାର, ୟୁନିଟ-୪ ବଜାର, ବାପୁଜୀନଗର କିଓସ୍କ, ଗଣ୍ଡମୁଣ୍ଡା ହାଟ, ସିରିପୁର ବଜାର, ବିଜେବି ନଗର ହାଟ, ଭିଏସ୍‌ଏସ୍ ନଗର ହାଟ, ନାଗେଶ୍ବର ଟାଙ୍ଗି ହାଟ, ସହିଦନଗର ଦୈନିକ ବଜାର, ରୁଚିକା ଦୈନିକ ବଜାର, ଓଲ୍ଡଟାଉନ୍ ଦୈନିକ ବଜାର, ଇନ୍ଦ୍ରଧନୁ ଦୈନିକ ବଜାର, ଡମଣା ହାଟ, ମା’ କୋଚିଲେଇ ହାଟ, କପିଳପ୍ରସାଦ ହାଟ ପ୍ରମୁଖ ଏହି କଟକଣା ମାନିବେ।

ପଢନ୍ତୁ: ‘ଏ’ ବ୍ଲଡ୍‌ଗ୍ରୁପ୍‌ ଧାରୀଙ୍କ ପାଇଁ କରୋନା ଅତ୍ୟନ୍ତ ସମ୍ବେଦନଶୀଳ; ‘ଓ’ ଗ୍ରୁପ୍‌ଧାରୀଙ୍କ ଠାରେ କରୋନା ପ୍ରତିରୋଧ କ୍ଷମତା ଅଧିକ

Related posts

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

Ratnamani Maharana

କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More