LIFESTYLE

ପ୍ରତିଦିନ ଖାଉଥିବା ଭାତରେ କେବେ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କଥା ଭାବିଛନ୍ତି କି!

Untitled 2

ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ କ’ଣ କରିନଥାନ୍ତି। ଜେଜେ ମା’ର ଟିପ୍ସଠୁ ଆରମ୍ଭ କରି ଏବେକାର ମହଙ୍ଗା କ୍ରିମ୍‌ ବି ଟ୍ରାଏ କରିବାକୁ ଭୁଲି ନ ଥାନ୍ତି। କେହି ବି ଚାହିଁ ନ ଥାନ୍ତି ବୟସ ବଢିବା ସହ ସେମାନଙ୍କ ଚେହେରାରେ ଭାଙ୍ଗ ଓ ଦାଗଧପ୍ପା ଦେଖାଯାଉ। ଆମେ ସବୁଦିନ ଲଞ୍ଚରେ ଭାତ ନିହାତି ଭାବେ ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣଙ୍କ ସୁନ୍ଦର ଦେଖାଯାଇ ପାରିବେ ବୋଲି।  ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ  ଗୁଣ ଆପଣଙ୍କ ତ୍ୱଚାରେ ଭାଙ୍ଗ ପଡିବାଠୁ ଦୂର କରି ଚମକ ଆଣିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ଇ  ବି ପ୍ରଚୁର ମାତ୍ରାରେ ମହଜୁଦ ରହିଥାଏ।

 

ଚାଉଳ ଧୂଆ ପାଣିରେ ଫେଶ ମାସ୍କ

ଚାଉଳ ଧୂଆ ପାଣିର ଫେସ୍‌ ମାସ୍କ ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା ସମ୍ବନ୍ଧୀୟ ବହୁ ସମସ୍ୟା ଦୂର ହୋଇଯିବ। ଏହି ମାସ୍କ  ବ୍ୟବହାର ଦ୍ୱାରା ଆପଣଙ୍କ ସ୍କିନ ଟାଇଟ୍‌ ରହିବ। ଏଥିଲାଗି ଆପଣ ଏକ  ଗ୍ଲାସ ଚାଉଳ ଧୁଆ ପାଣି ନିଅନ୍ତୁ। ସେଥିରେ ଏକ ପେପର ଟାୱଲକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଏବେ ଏହି ଟାୱଲକୁ ବାହାର କରି ମୁହଁରେ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏହାକୁ ହଟାଇ ମୁହଁକୁ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ।

 

ଫେସପ୍ୟାକ ପ୍ରସ୍ତୁତି ପ୍ରଣାଳୀ

ଏହି ଫେସ ପ୍ୟାକ୍‌ ପ୍ରସ୍ତୁତ ଲାଗି ଆପଣଙ୍କୁ ପ୍ରଥମେ ଏକ ଚାମଚ କ୍ଷୀର, ୪ ଚାମଚ ଭାତ ଓ ଏକ ଚାମକ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

 

ଫେସପ୍ୟାକ ଲଗାଇବାର ସଠିକ ପ୍ରଣାଳୀ

ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପ୍ରଥମେ ଭାତରେ କ୍ଷୀର ଓ ମହୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ  ପୂର୍ବରୁ ପ୍ରସ୍ତୁତ କରିଥିବା ଫେସ୍‌ପ୍ୟାକକୁ ମୁହଁରେ ଲଗାନ୍ତୁ। ଏହାକୁ ଶୁଖିବାକୁ କିଛି ଛାଡି ଦିଅନ୍ତୁ। ପ୍ୟାକ୍‌ ଶୁଖିବା ପରେ ଚାଉଳ ଧୁଆ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌ ମୁହଁରେ ସପ୍ତାହକୁ ଥରେ ନିହାତି ଭାବେ ଲଗାନ୍ତୁ। ଏହା କରିବା ଦ୍ୱାରା ତ୍ୱଚାରୁ ଦାଗ ଦୂର ହେବା ସହ ଏହା ମୁଲାୟମ ଓ ବେଦାଗ ରହିବ।

ପଢନ୍ତୁ: କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

Related posts

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

ENO Beuro

ମଧୁମେହ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ “କଲରା” ! ଜାଣନ୍ତୁ କଲରା ଜୁସ୍ ଶରୀର ପାଇଁ କେତେ ଉପକାରୀ ଅଟେ?

ENO Beuro

ଆଣ୍ଠୁଗଣ୍ଠି ବାତ ରୋଗରେ କଷ୍ଟ ପାଉଛନ୍ତି କି? ଆସନ୍ତୁ ଜାଣିବା ଏହିରୋଗ ପାଇଁ କିଛି ଘରୋଇ ଉପଚାର

ENO Beuro

Leave a Comment