News

ବଲିଉଡ ଅଭିନେତ୍ରୀ ରିଚା ଚଢାଙ୍କୁ ଟ୍ୱିଟର ଆକାଉଣ୍ଟ ଜରିଆରେ ଦୁଷ୍କର୍ମ ଏବଂ ହତ୍ୟା ଧମକ!

ରିଚାଙ୍କୁ ଧମକ

ବଲିଉଡରେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ଦିଆଯାଇଛି ହତ୍ୟା ଧମକ। ରିଚାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ତାଙ୍କୁ ଦିଆଯାଇଛି ଏଭଳି ଧମକ। ଖାଲି ହତ୍ୟା ଧମକ ନୁହେଁ ତାଙ୍କୁ ରେପ୍ କରି ହତ୍ୟା କରିବାର ଧମକ ଦିଆଯାଇଛି।

ରିଚା ଚଢା ଟ୍ଵିଟ୍‌ରେ ଧମକର ସ୍କ୍ରିନ୍‌ ସଟ୍‌ ଉଠାଇ ଟ୍ଵିଟର୍‌ରେ ଅଭିଯୁକ୍ତ ଉପରେ ଲଗାମ ଲଗାଇବା ଲାଗି ଘୋଷଣା କରିଥିଲେ। ରିଚା ଚଢା ଗାଳି ଦିଆଗଲେ, ‘ ମୁଁ ଟାର୍ଗେଟ୍‌ ହେଉଥିବା ଯୋଗୁଁ ମୋତେ ଗାଳି ଦିଆଗଲେ, ତାକୁ ଖାତିର କରେ ନାହିଁ। ଦେଶରେ ଏତେ ବେକାର ଅଛନ୍ତି, ଯଦି କେହି ଟଙ୍କା ନେଇ ଟ୍ଵିଟ୍‌ କରୁଛି, ତେବେ ମୁଁ ତାଙ୍କୁ ଜଜ୍‌ କରିବାକୁ ଯାଇନାହିଁ, କିନ୍ତୁ ରେପ୍‌ ଓ ହତ୍ୟାର ଧମକ? କମ୍‌ ଅନ୍‌ ଟ୍ଵିଟର୍‌ ଇଣ୍ଡିଆ।’

ରିଚାଙ୍କ ସମର୍ଥନରେ ପ୍ରଥମେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ପୂଜା ଭଟ୍ଟ। ସେ କହିଛନ୍ତି ଟ୍ୱିଟର ନିକଟରେ ରିଚା ଏହାର ଅଭିଯୋଗ କରିବା ଉଚିତ ଏବଂ ଟ୍ୱିଟର ଏଭଳି ବ୍ୟକ୍ତିଙ୍କୁ ଟ୍ୱିଟରରେ କୌଣସି ସ୍ଥାନ ଦେବା ଉଚିତ ନୁହେଁ। ଟ୍ୱିଟର ଏହାର ଦାୟିତ୍ବ ନେବା ଉଚିତ୍। ମହିଳାଙ୍କୁ ହତ୍ୟା ଓ ରେପ୍ କରିବା ଭଳି ଧମକ ଦେଉଥିବା ଲୋକଙ୍କୁ କେବେ ବି ସହଜରେ ଛାଡିବା ଉଚିତ ନୁହେଁ । ପରେ ସ୍ବରା ଭାସ୍କର, ପୁଲକିତ ସମ୍ରାଟ ମଧ୍ୟ ରିଚାଙ୍କ ସମର୍ଥନ କରିଛନ୍ତି।

ପଢନ୍ତୁ; ମହାଥିର ହେଲେ ବିଶ୍ୱର ସବୁଠ ବୟସ୍କ ପ୍ରଧାନମନ୍ତ୍ରୀ

Related posts

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

ENO Beuro

କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର

ENO Beuro

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

ENO Beuro

Leave a Comment