VASTU

ଗାୟତ୍ରୀ ମନ୍ତ୍ର ଜପ କରିବାର ଠିକ ସମୟ ଏବଂ ନିୟମ ଜାଣନ୍ତୁ ଏହାର ସିଦ୍ଧ ପ୍ରକ୍ରିୟା

ପୂଜାର୍ଚନା  ଓଡିଆ ଘରର ଏକ ନୀତିଦିନିଆ କାର୍ଯ୍ୟ। ପୂଜା ସମୟରେ ଠାକୁର ପାଇଁ ଶ୍ଳୋକ ଗାଇବା ଅନିର୍ବାଜ୍ୟ ଅଟେ। ତେବେ ପୂଜା ସମୟରେ ଗାୟତ୍ରୀ ମନ୍ତ୍ର  ଜପ କରିବା ଏକ ପ୍ରକାର ନିର୍ଦିଷ୍ଟ ଅଟେ। ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ପୂଜା ଓ କର୍ମଦିକାଣ୍ଡ  ସିଦ୍ଧ ବୋଲି ବିବେଚିତ କରାଯାଏ। ମାତ୍ର ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ସଠିକ ସମୟ ଓ ସଠିକ ନିୟମ  ବିନା ଏହା ସିଦ୍ଧ ହୋଇନଥାଏ। ତେବେ ଆସନ୍ତୁ ଆମେ ଆପଣଙ୍କୁ ଆଜି କହିବୁ ଗାୟତ୍ରୀ  ମନ୍ତ୍ର ଜପ କରିବାର ସମୟ ଓ ନିୟମ ସମ୍ପର୍କରେ।

ଗାୟତ୍ରୀ  ମନ୍ତ୍ର ଜପ କରିବାର ସମୟ ଓ ନିୟମ

 

ଗାୟତ୍ରୀ ମନ୍ତ୍ର ସାଧାରଣତଃ ଦିନକୁ ତିନିଥର  ଗାନ କରାଯାଇଥାଏ। ଏହାକୁ ସନ୍ୟାସୀ ବ୍ୟକ୍ତି ଯେକୌଣସି ସମୟରେ ଗାଇପାରିବେ। ତେବେ ସାଂସାରିକ ବ୍ୟକ୍ତି ଦିନକୁ ମାତ୍ର ତିନିଥର ହିଁ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ। ସୂର୍ଯ୍ୟୋଦୟର କିଛି ସମୟ ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟୋଦୟର କିଛି ସମୟ ପର୍ଯ୍ୟନ୍ତ ଗାୟତ୍ରୀ ମନ୍ତ୍ର ଜପ  କରିବା ଉଚିତ | ଦ୍ବିପ୍ରହର  ସମୟରେ ମନ୍ତ୍ର ଜପ କରିପାରିବେ। ଗାୟତ୍ରୀ ମନ୍ତ୍ର ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର କିଛି ସମୟ ପର୍ଯ୍ୟନ୍ତ କରିବା ଉଚିତ |

ରୁଦ୍ରାକ୍ଷ ମାଳା  ଧରି,ମୌନ ଭାବେ ଓ ହଳଦିଆ ବସ୍ତ୍ର ଧାରଣ କରି ମା’ ଗାୟତ୍ରୀଙ୍କ ମନ୍ତ୍ର ଜପ କରିପାରିବେ। ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ସ୍ନାନ କରିବା ସହ ଆଚରଣ ମଧ୍ୟ ପବିତ୍ର ହେବା ଦରକାର | ସଫା ଏବଂ ସୁତା ବସ୍ତ୍ର ପିନ୍ଧିବା ଉଚିତ | କୁଶ କିମ୍ବା ଆସନରେ ବସି ମନ୍ତ୍ର ଜପ କରିବା ଉଚିତ | ତୁଳସୀ କିମ୍ବା ଚନ୍ଦନ ମାଳା ବ୍ୟବହାର କରିବା ଉଚିତ | ବ୍ରହ୍ମ ମୁହୂର୍ତ୍ତରେ  ପୂର୍ବ ଦିଗ ଆଡକୁ ମୁହଁ କରି ବସି ଗାୟତ୍ରୀ ମନ୍ତ୍ର ଜପ କରିବେ ଏବଂ ସନ୍ଧ୍ୟାରେ ପଶ୍ଚିମ ମୁଖା ହୋଇ ମନ୍ତ୍ର ଜପ କରିବେ | ଗାୟତ୍ରୀ ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଶୁଦ୍ଧ ଏବଂ ସାକାହାରୀ ଖାଦ୍ୟ ଖାଇବା ଉଚିତ | କିନ୍ତୁ ଯେଉଁମାନେ ସାକାହାରୀ ଭୋଜନ କରୁନାହାନ୍ତି ସେହିମାନେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ |

 

Related posts

ଶୋଇଲା ବେଳେ ତକିଆ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଚମକିବ ଆପଣଙ୍କ ଭାଗ୍ୟ

ENO Beuro

କେଉଁ ଲୋକଙ୍କୁ ଘରୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ? ଜାଣନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

ENO Beuro

Leave a Comment