LIFESTYLE

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ବୟସରେ ବିଭାହ କରନ୍ତୁ

କେଉଁ ବୟସରେ ବିବାହ କରିବା ଉଚିତ ସମୟ ଜାଣନ୍ତୁ

ଜୀବନରେ ବିବାହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯାହାକୁ ସବୁ ନାରୀ ଏବଂ ପୁରୁଷମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ।  ବିବାହ ପରେ ପ୍ରାୟ ସମସ୍ତଙ୍କ ଜୀବନ ବଦଳି ଯାଇଥାଏ ।ବଞ୍ଚିବାର ଶୈଳୀଠାରୁ ଆରମ୍ଭ କରି ଉଠିବା ବସିବା ପର୍ଯ୍ୟନ୍ତ ସବୁ ଥିରେ ପରିବର୍ତ୍ତନ ଆସିଥାଏ । ତେବେ ବିବାହ କରିବା ପାଇଁ ଏକ ବୟସ ସୀମା ରହିଛି । ସେହି ବୟସରେ ଯଦି ଆପଣ ବିବାହ କରୁଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।

ସମାଜରେ କିଛି ଯୁବକଯୁବତୀ ଶୀଘ୍ର ବିବାହ କରୁଥିବା ବେଳେ କିଛି ବିଳମ୍ବରେ ବିବାହ କରିଥାନ୍ତି । ୨୯ ବର୍ଷ ବିବାହ ପାଇଁ ସଠିକ୍‌ ବୟସ ବୋଲି ଏକ ସର୍ଭେରୁ ଜଣା ପଡ଼ିିଛି । କିଛି ଯୁବକଯୁବତୀ ୨୦-୩୦ ବର୍ଷ ମଧ୍ୟରେ ବିବାହ କରୁଥିବା ବେଳେ କିଛି ୩୦-୪୦ ବର୍ଷ ମଧ୍ୟରେ ବିବାହ କରିଥାନ୍ତି । କେଉଁ ବୟସରେ ବିବାହ କଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା ।

୨୦-୩୦ବର୍ଷ ମଧ୍ୟରେ ବିବାହ କରିବାଟା ସବୁ ଦୃଷ୍ଟିକୋଣରୁ ଶୁଭ ବୋଲି ଧରା ଯାଇଥାଏ । ଏହି ବୟସ ଦୁହେଁ ଦୁହଁକୁ ଜାଣିବା ଏବଂ ବୁଝିବାର ଉଚିତ୍‌ ସମୟ ବୋଲି କୁହାଯାଏ । ଏହି ସମୟରେ ଯୁବକ-ଯୁବତୀମାନେ ନିଜ ଯୌବନକୁ ମନଭରି ଉପଭୋଗ କରିଥାନ୍ତି ଏବଂ ଦେଖିଥିବା ସ୍ୱପ୍ନକୁ ସାଥୀହୋଇ ପୂରଣ କରିବା ପାଇଁ ଦୁହେଁ ଦୁହିଁଙ୍କୁୁ ପ୍ରୋତ୍ସାହିତ କରିଥାନ୍ତି ।

୩୦-୪୦ ବର୍ଷ ମଧ୍ୟରେ ବିବାହ କରିବା ଭଲ ବୋଲି ଧରାଯାଏ । କାରଣ ଏହି ବୟସରେ ପ୍ରତ୍ୟେକ କଥାକୁ ବୁଝିବାର କ୍ଷମତା ଆସି ଯାଇଥାଏ । ପତିପତ୍ନୀ ପରସ୍ପରକୁୁ ଭଲ ଭାବରେ ବୁଝି ପାରିଥାନ୍ତି ଏବଂ ଝଗଡ଼ା ଖୁବ୍‌ କମ ହୋଇଥାଏ । ଏହି ବୟସରେ ବିବାହ କଲେ ଛାଡ଼ପତ୍ର ସଂଖ୍ୟା କମ ହୋଇଥାଏ ବୋଲି ଏକ ସର୍ଭେରୁ ଜଣା ପଡ଼ିଛି ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଘରର କେଉଁ ଦିଗରେ ଗଛ ଲଗାଇଲେ ଶୁଭ ହୁଏ ଜାଣନ୍ତୁ

Related posts

ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

ENO Beuro

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

Ratnamani Moharana

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ENO Beuro

Leave a Comment