• Home
  • Featured
  • ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି
Featured

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ନୂଆ ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ପ୍ରାଇମ ମେମ୍ବରସିପ ନେଇପାରିବେ

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର । ପ୍ରାଇମ ମେମ୍ବରସିପର ଅବଧି ଆଜି ଶେଷ ହେଉଥିଲା। କିନ୍ତୁ କମ୍ପାନି ପକ୍ଷରୁ ଜିଓପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ଆଉ ୧୨ ମାସ ପାଇଁ ବଢାଇ ଦିଆଯାଇଛି । ଅର୍ଥାତ ମାର୍ଚ୍ଚ ୩୧ ୨୦୧୯ ପର୍ଯ୍ୟନ୍ତ ଏହାକୁ ବଢାଇ ଦିଆଯାଇଛି । ଫଳରେ ଗ୍ରାହକମାନେ ଆଉ ବର୍ଷେ ପାଇଁ ପ୍ରାଇମ ମେମ୍ବରସିପ ପାଇଁ ମିଳୁଥିବା ବିଭିନ୍ନ ସୁବିଧା ଯଥା ଶସ୍ତା ତାରିଫ ଆଦି ଉଠାଇ ପାରିବେ ।

ଦୁଇ ବର୍ଷ ତଳେ କମ୍ପାନି ପକ୍ଷରୁ ମାଗଣା ଜିଓ ସେବା ଆରମ୍ଭ କରାଯାଇଥିଲା । ପ୍ରଥମ ୬ ମାସ ପାଇଁ ଉଭୟ ଭଏସ ଓ ଡାଟା ମାଗଣା ଥିଲା । ପରେ କମ୍ପାନି ପେମେଣ୍ଟ ଫର୍ମାଟକୁ ଗଲା । ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ଏହି ଜିଓ ପ୍ରାଇମ ସେବା ଚାଲୁ ରଖିପାରିଲେ ।

ଗତ ବର୍ଷ ଏପ୍ରିଲ ୧ରେ ଜିଓ ପ୍ରାଇମ ମେମ୍ବରସିପକୁ ଆହୁରି ଏକ ବର୍ଷ ପାଇଁ ବଢାଗଲା ଯାହାକି ଆସନ୍ତା ମାର୍ଚ୍ଚ ୩୧ରେ ସମାପ୍ତ ହେଉଥିଲା । ଏବେ ଏହାକୁ ଆଉ ବର୍ଷେ ବଢାଇଦିଆଯିବା ପରେ ଗ୍ରାହକମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

ତେବେ ନୂଆ ଗ୍ରାହକମାନେ ୯୯ ଟଙ୍କାର ରିଚାର୍ଜ କରି ପ୍ରାଇମ ମେମ୍ବରସିପ ନେଇପାରିବେ । ଏହି ନୂଆ ଗ୍ରାହକମାନଙ୍କ ସଦସ୍ୟତା ଏପ୍ରିଲ ୧ରୁ ଆରମ୍ଭ ହେବ । କମ୍ପାନିର ଗ୍ରାହକଭିତ୍ତି ୧୭୫ ନିୟୁତ ଟପିବା ଅବସରରେ କମ୍ପାନି ଏହି ଘୋଷଣା କରିଛି ।

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି news 7 1

ପଢନ୍ତୁ ;

କଟକ ବାଙ୍କିରେ ଅଘଟଣ : ମାଙ୍କଡ ଉଠାଇ ନେଲା ଶିଶୁ ପୁତ୍ରକୁ

Related posts

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

Krishna Kumar Manoj

ଆସନ୍ତୁ ଜାଣିବା ଜିଓର ସିକ୍ରେଟ୍ ନମ୍ବର,ଅସୁବିଧା ସମୟରେ କାମରେ ଆସିପାରେ

Krishna Kumar Manoj

ଓଜନ ହ୍ରାସ କିମ୍ବା ଓଜନ ବୃଦ୍ଧି ପାଇଁ ଚିନ୍ତିତ କି ? ନଜର ପକାନ୍ତୁ କିଛି ଘରୋଇ ଉପଚାର ଉପରେ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More