News

ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରୀ, ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ ସଂପ୍ରସାରଣ

ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରୀ, ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ ସଂପ୍ରସାରଣ

ଖୁବଶୀଘ୍ର ଗଠନ ହେବ ପଞ୍ଚଦଶ ଅର୍ଥ ଆୟୋଗ । କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ଟିକସ ରାଜସ୍ୱ ଭାଗବଣ୍ଟା ଏବୋଂ ଅନୁଦାନ ଆବଣ୍ଟନ ନେଇ ଆୟୋଗ ନିଜ ସୁପାରିଶ ପ୍ରଦାନ କରିବ । କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ସମ୍ବିଧାନର ଧାରା – ୨୮୦ (୧) ଆଧାରରେ ଏହି ଅର୍ଥ ଆୟୋଗ ଗଠନ କରାଯିବାର ବିଧି ବ୍ୟବସ୍ଥା ରହିଛି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଗଠନ କରାଯିବାର ବିଧି ବ୍ୟବସ୍ଥା ରହିଛି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ଗଠନ ଓ କାର୍ଯ୍ୟଧାରା ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣ।ଳୟର ମୂଳ ଯୋଜନା “ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ”ର ସଂପ୍ରସାରଣ ହେବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଅନୁମୋଦନ ମିଳିଛି । ଏହି ଯୋଜନାକୁ ୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ।

ଅନ୍ୟପକ୍ଷରେ “ପ୍ରଧାନମନ୍ତ୍ରୀ ମହିଳା ଶକ୍ତି କେନ୍ଦ୍ର” ନାମରେ ନୂଆ ଯୋଜନାକୁ ମଞ୍ଜୁରୀ ଦେଇଛି । ଏହା ଗୋଷ୍ଠୀଭିତ୍ତିକ ସମପୃକ୍ତି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସାସକ୍ତ କରିବ । ଏହା ୬୪୦ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଦେଶର ୧୬୧ଟି ବଛା ବଛା ଜିଲାର ସଫଳତା ଆଧାରରେ ବେଟି ବଚାଓ ବେଟି ପଢାଓ ଯୋଜନାର ସଂପ୍ରସାରଣ ।

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କ ବେତନ ନୀତି ସଂକ୍ରାନ୍ତ ଅଷ୍ଟମ ପର୍ଯ୍ୟାୟ ବୁଝାମଣାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। କଂପାନିଗୁଡ଼ିକର ପରିଚାଳନା ମଣ୍ଡଳୀ କର୍ମଚାରୀମାନଙ୍କ ବେତନ ସଂଶୋଧନ ନେଇ ସ୍ୱାଧୀନ ଭାବେ ଆଲୋଚନା କରିପାରିବେ। ବେତନ ସଂଶୋଧନ ପାଇଁ କଂପାନିଗୁଡ଼ିକୁ ସରକାର କୌଣସି ସହାୟତା ଦେବେ ନାହିଁ। କଂପାନିଗୁଡ଼ିକ ନିଜସ୍ୱ ଉତ୍ସରୁ ସଂଶୋଧିତ ଦରମା ବୋଝ ବହନ କରିବେ। ପୁନରୁଦ୍ଧାର ହେବାକୁ ଥିବା ଉଦ୍ୟୋଗ କର୍ମଚାରୀଙ୍କ ବେତନ ସଂଶୋଧନ ସରକାରଙ୍କ ଅନୁମୋଦିତ ଯୋଜନା ଅନୁସାରେ ସମ୍ପାଦିତ ହେବ।

ଅଧ୍ୟଶଦେଶ ଜରିଆରେ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ରେ ସଂଶୋଧନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ଗତବର୍ଷ ଡିସେମ୍ବରରୁ ବ୍ୟାଙ୍କରପ୍‌ସି କୋଡ୍‌ ଲାଗୁ ହୋଇଛି। କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହାକୁ ଲାଗୁ କରାଯାଇଛି। ବର୍ତ୍ତମାନର ବ୍ୟାଙ୍କରପ୍‌ସି କୋଡ୍‌ରେ ସଂଶୋଧନ ପାଇଁ ସରକାର ଏକ ୧୪ ଜଣିଆ କମିଟି ଗଠନ କରିଛନ୍ତି।

ପଞ୍ଚଦଶ ଅର୍ଥ ଆୟୋଗ ଗଠନକୁ ମଞ୍ଜୁରୀ, ମହିଳା ସୁରକ୍ଷା ଏବୋଂ ସଶକ୍ତିକରଣ ମିଶନ ସଂପ୍ରସାରଣ

ପଢନ୍ତୁ, ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

Related posts

ଭିଜିଲାନ୍ସ ଜାଲରେ ଫସିଲେ ଡ଼ାକ୍ତରାଣୀ

ENO Beuro

ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା

ENO Beuro

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ହେଭିୱେଟଙ୍କ ଭିତରେ ହେବ ବିଗ୍ ଫାଇଟ୍

Ratnamani Moharana

1 comment

Leave a Comment