Loading...

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।

ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ ଶେଟ୍ଟୀଙ୍କ ‘କାନ୍ତାରା’ ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଛି। ତେବେ ପାର୍ଟ-୧ର ସଫଳତା ପରେ ନିର୍ମାତା ‘କାନ୍ତାରା’ର ପାର୍ଟ-୨ ପାଇଁ ପ୍ରସ୍ତୁତ ହେଉଛନ୍ତି। ‘କାନ୍ତାରା’ର ଜବରଦସ୍ତ ସଫଳତା ପରେ ଏବେ ଏହାର ପରବର୍ତ୍ତୀ ପାର୍ଟ କାନ୍ତାରା ଚାପ୍ଟର-୧ ପରଦାକୁ ଆସିବାକୁ ଯାଉଛି। ନିକଟରେ ଏହି ଫିଲ୍ମ ଘୋଷଣା କରାଯାଇଥିବା ବେଳେଆଜି ଏହାର ପ୍ରଥମ ଲୁକ ଏବଂ ଟିଜର ରିଲିଜ ହୋଇଛି।

ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟୀଙ୍କୁ ଏକ ଭୟଙ୍କର ଏବଂ ଆକର୍ଷଣୀୟ ରୂପରେ ଦର୍ଶାଯାଇଛି। ଟିଜର ଦେଖିବା ପରେ ଏହା ପ୍ରଥମ ଫିଲ୍ମ ଅପେକ୍ଷା ଅଧିକ ରହସ୍ୟମୟ ଏବଂ ଚମତ୍କାର ହେବ ବୋଲି ଦର୍ଶକ କହିବା ଆରମ୍ଭ କଲେଣି। ଋଷଭ ସେଟ୍ଟୀଙ୍କୁ ଭୟଭୀତ ହୋଇ ଜଙ୍ଗଲରେ ଦୌଡୁଥିବା ଦେଖାଯିବା ସହିତ ଟିଜର ଆରମ୍ଭ ହୁଏ। ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଭୟଙ୍କର ସଙ୍ଗୀତ ମଧ୍ୟ ଶୁଣାଯାଏ। ଟିଜର ଦେଖିବା ପରେ କାହାର ବି ଲୋମ ଟାଙ୍କୁରି ଉଠିବ। ଟିଜରକୁ ଦେଖି ଫିଲ୍ମଟି ପ୍ରଥମ ପାର୍ଟ ଅପେକ୍ଷା ଆହୁରି ଭଲ ହେବ ବୋଲି ଦର୍ଶକ କହିଲେଣି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.