SPORTS

ବିଶ୍ବକପ୍ କ୍ରିକେଟରେ ଶିଖର ଧୱନଙ୍କ ବିକଳ୍ପ ହେବେ ରିଷଭ ପନ୍ତ

Sp

ଆହତ ଶିଖର ଧୱନଙ୍କ ବିକଳ୍ପ ଭାବେ ଯୁବ ଖେଳାଳି ରିଷଭ ପନ୍ତ  ଇଂଲଣ୍ଡ ଯିବେ ବୋଲି ଜଣାପଡ଼ିଛି। ଏମିତିକି ସେ ଆଜି ଇଂଲଣ୍ଡରେ ପହଞ୍ଚିବେ ବୋଲି ମଧ୍ୟ ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସୀ ଆଇଏଏନ୍‌ସ୍‌ର ସୂଚନା ଅନୁଯାୟୀ, ଇଂଲଣ୍ଡ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପନ୍ତଙ୍କୁ ନିର୍ଦ୍ଦେଶ ଦିଆସରିଛି। ତେବେ ଶିଖରଙ୍କ ସ୍ଥାନରେ ଦଳ ରିଷଭ ପନ୍ତଙ୍କୁ ପ୍ରସ୍ତୁତ କରି ରଖିଥିଲା ବିସିସିଆଇ । ବିଶ୍ବକପ୍ ପାଇଁ ଜର୍ସି, ଲଗେଜ ଏବଂ ଆବଶ୍ୟକ ସାମଗ୍ରୀ ରିଷଭଙ୍କୁ ଦିଆଯାଇଛି । ପନ୍ତ ଆଜି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ଇଂଲିଶ ପରିବେଶ ସହିତ ଖାପଖୁଆଇବା ପାଇଁ ପନ୍ତ ଙ୍କୁ ଆଗୁଆ ଡକାଯାଇଥିବା ଜଣାପଡିଛି ।

 

ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲ୍‌କୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ସେ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା  ଫିଲ୍ଡିଂ କରିଥିଲେ।ଡାକ୍ତର ଏବେ ଧାଓ୍ୱନଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତେଣୁ ବିଶ୍ୱକପ୍‌ର ମ୍ୟାଚ୍‌ରେ ତାଙ୍କର ଖେଳିବାର ପାଳି ଆଉ ପଡି ନ ପାରେ!

ପଢନ୍ତୁ: ଏଫଆଇଏଚ୍‌ ସିରିଜ୍‌ ହକି ସେମିଫାଇନାଲରେ ଭାରତ

Related posts

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ENO Beuro

ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Ratnamani Moharana

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

Leave a Comment