Loading...

ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ପନ୍ତ । ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା ।

ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗୁରୁତର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ପନ୍ତ । ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା । ପରେ କାରଟି ଜଳି ଯାଇଛି । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି । ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପନ୍ତଙ୍କ କାର ଦେଖିଲେ ଲାଗୁଛି ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା । ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିବା କୁହାଯାଉଛି । ପନ୍ତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ପନ୍ତଙ୍କ ଗୋଡ ଭାଙ୍ଗି ଯାଇଛି ବୋଲି ସୂଚନା ରହିଛି ।

ଏଭଳି ପରିସ୍ଥିତିରେ ସେ କ୍ରିକେଟ୍ ଠାରୁ ବହୁତ ସମୟ ଦୂରରେ ରହିପାରନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ପନ୍ତ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନାହାନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଖବର ଆସିଥିଲା ଏବଂ ବିସିସିଆଇ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ ବା ଏନସିଏକୁ ରିପୋର୍ଟ କରିବାକୁ କହିଛି । ଏହି ଦୁର୍ଘଟଣା ପରେ ପନ୍ତଙ୍କ ଅଡୁଆ ଆହୁରି ବଢିଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.