News

ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

rishi_k_shukla

ଋଷି କୁମାର ଶୁକ୍ଲା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ। ତାଙ୍କ କାର୍ଯାକାଳ ୨ ବର୍ଷ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଶୁକ୍ଳଙ୍କୁ ବାଛିଛି। ଏହି ଦୌଡ଼ରେ ୧୯୮୩, ୧୯୮୪ ଓ ୧୯୮୫ ବ୍ୟାଚର ପ୍ରାୟ ୮୦ ଜଣ ଆଇପିଏସ ଅଫିସର ଥିଲେ। ସମସ୍ତଙ୍କୁ ଚକିତ କରି ଶୁକ୍ଲା ଏହି ବାଜି ମାରି ନେଇଛନ୍ତି।

ସୂଚନାଯୋଗ୍ୟ,ଜାନୁୟାରୀ ୧୦ ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ କେନ୍ଦ୍ର ସରକାର ଏମ.ନାଗେଶ୍ଵର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେଇଥିଲେ। ସିବିଆଇ ନିର୍ଦ୍ଦେଶକ ନିଯୁକ୍ତିରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବାର ଗୋଟିଏ ଦିନ ପରେ ଉଚ୍ଚକ୍ଷମତା ସଂପନ୍ନ ଚୟନ କମିଟି ନୂତନ ନିର୍ଦ୍ଦେଶକଙ୍କ ନାମ ଉପରେ ମୋହର ମାରିଛନ୍ତି।

ପଢନ୍ତୁ;  ସୀମାଞ୍ଚଳ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ,୭ ମୃତ,୩୬ ଆହତ

Related posts

ଜାତୀୟ ସାହସିକତା ପୁରସ୍କାର ପାଇଁ ୧୮ଜଣ ଶିଶୁ ମନୋନିତ, ଓଡ଼ିଶାରୁ ଦୁଇଜଣ

ENO Beuro

ବିମାନ କର୍ମଚାରୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟଯୋଗୁଁ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି

ENO Beuro

ମହଙ୍ଗା ହେଲା ସୁନା ଦର

ENO Beuro

Leave a Comment