ସିନେମା ଓ ଟେଲିଭିଜନ୍ ଦୁନିଆଁର ଅନେକ ଶାନଦାର ଅଭିନୟ କରିଥିବା ଅଭିନେତ୍ରୀ ରିତା ଭାଦୁରିଙ୍କର ୬୫ବର୍ଷରେ ପରଲୋକ ହୋଇଛି । ରୀତା ଅନେକ ଦିନରେ ରୋଗରେ ପୀଡିତ ଥିଲେ । କିଡନୀ ରୋଗରେ ପୀଡିତ ରୀତା ଦୀର୍ଘ ୧୦ଦିନ ଧରି ମୁମ୍ବାଇ ସ୍ଥିତ ସୁଜୟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିଲେ। ତାଙ୍କର ଅନ୍ତିମ ସଂସ୍କାର ଆଜି ଦ୍ୱିପହରରେ ଅନେ୍ଧରୀ ଈଷ୍ଟ ସ୍ଥିତ ପାରସୀବାଡା ଶ୍ମଶାନରେ କରାଯିବ।
ଜୀବନକାଳ ମଧ୍ୟରେ ସେ ୭୧ ଟି ଚଳଚ୍ଚିତ୍ରରେ ଓ ପ୍ରାୟ ୩୦ ଟି ଟିଭି ସୋରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ବେଶ ଉଚ୍ଚକୋଟୀର ଥିବାବେଳେ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଥିବା ଚଳଚ୍ଚିତ୍ର ପ୍ରେମୀମାନେ ପ୍ରକାଶ କରିଛନ୍ତି।
୧୯୫୫ ମସିହା ନଭେମ୍ବର ୪ ତାରିଖରେ ରୀତା ଭାଦୁରିଙ୍କ ଜନ୍ମ ଲକ୍ଷ୍ନୌଠାରେ ହୋଇଥିିଲା। ସେ ପୁନେ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍ରେ ୧୯୭୩ ମସିହାରେ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ। ୧୯୬୮ମସିହାରେ ରୀତା ‘ତେରି ତଲାସ୍ ମେଁ’ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ। ସେ ପ୍ରାୟ ୭୧ଟି ହିନ୍ଦୀ ସିନେମାରେ ନଜର ଆସିଥିଲେ।
ତାଙ୍କ ଅଭିନୀତ କେତେକ ଉଳ୍ଲେଖଯୋଗ୍ୟ ସିନେମା ହେଲା -ଜୁଲି, ଅନୁରୋଧ୍, ବିଶ୍ୱନାଥ୍, ସାଓ୍ଵନ୍ କୋ ଆନେ ଦୋ, ହମ୍ ନେହିଁ ସୁଧ୍ରେଙ୍ଗେ,ଗେହରାଇ, ନାସ୍ତିକ୍, ଦିଲ୍ଜଲା, ନେହରୁ, ଘର୍ ହୋ ତୋ ଐସା, ବେଟା, କଭି ହାଁ କଭି ନା, ରାଜା, ଦଲାଲ୍,କ୍ୟା କେହନା, ହିରୋ ନମ୍ବର ଓ୍ଵାନ୍, ତମନ୍ନା, ବାରାସତ୍ ଓ ମେଁ ମାଧୁରୀ ଦୀକ୍ଷିତ ବନନା ଚାହାତି ହୁଁ ଆଦି।
ପଢନ୍ତୁ; ଜୋତିଷ୍ୟଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା ସେ ସମ୍ପର୍କରେ