• Home
  • POLITICALS
  • ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ
POLITICALS

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ଶପଥ ପାଠ କରାଇଲେ ବାଚସ୍ପତି ପ୍ରଦୀପ ଅମାତ

ବିଜେପୁରରେ ନବ ନିର୍ବାଚିତ  ବିଜେଡି ପ୍ରାର୍ଥୀ ରୀତା ସାହୁ ବିଧାୟିକା ଭାବେ ଶପଥ ନେଇଛନ୍ତି ।ବାଚସ୍ପତି ପ୍ରଦୀପ ଅମାତ ରୀତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ହୋଇଥିଲା ଏହି ଶପଥ ଉତ୍ସବ। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବୀ ମିଶ୍ର ସମେତ ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ, ବରିଷ୍ଠ ମାନଗଣ୍ୟ ବ୍ୟକ୍ତି ପ୍ରମୁଖ ଶପଥ ଉତ୍ସବରେ ଉପସ୍ଥିତ ଥିଲେ।

ବିଧାୟିକା ଭାବେ ଶପଥ ନେଇ ମୁଁ ବହୁତ ଖୁସି । ନିଜ ଅଞ୍ଚଳର ବିକାଶ କରିବି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ କାର୍ଯ୍ୟକାରୀ କରିବି ବୋଲି ଶପଥ ପାଠ ପରେ ରୀତା ସାହୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବିଜେପୁର ବିଧାନସଭା ନିର୍ବାଚନୀ ମଣ୍ଡଳିରେ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପୁର ବାସୀ ବିଜେଡ଼ି ପ୍ରାର୍ଥୀନୀ ରିତା ସାହୁଙ୍କୁ ଆସ୍ଥାବ୍ୟକ୍ତ କରିଥିଲେ । ବିଜେପୁରରେ ଅନୁଷ୍ଟିତ ଉପ ନିର୍ବାଚନରେ ରୀତା ସାହୁ ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ rita sahoo

ପଢନ୍ତୁ ;

ଖରାଦିନେ ଲିଚୁ ବଗିଚାର ଯତ୍ନ କିପରି ନେବେ ଜାଣନ୍ତୁ ?

Related posts

ମୋଦୀ ମ୍ୟାଜିକ : ତ୍ରିପୁରାରେ ଫୁଟିବ ପଦ୍ମ ,ବାମ ଦଳ ସରକାରକୁ ବଡ ଝଟକା!

Krishna Kumar Manoj

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା !

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More