ଆଜି ଓଡିଶା ଦିବସ ପାଳୁଛି ଓଡିଶା, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
Loading...
ରିତେଶ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।
ନିଜର ମଜାଦାର ଫଟୋ ଓ ଭିଡିଓକୁ ନେଇ ସର୍ବଦା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତା ରିତେଶ ଦେଶମୁଖ। ସେ କେବେ ଫିଲ୍ମ ସେଟ୍ରେ ତ ପୁଣି କେବେ ଘରେ ପତ୍ନୀ ଓ ପିଲାଙ୍କ ସହ ମସ୍ତି କରୁଥିବା ବେଳର ଭିିଡିଓ କରି ସୋସିଆଲ୍ ମିଡିଆରେ ସେୟାର କରିଥାନ୍ତି। ସେହି ମଜାକ ଅନ୍ଦାଜରେ ରିତେଶ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରିତେଶ ଜମେଇକି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି।ଭିଡିଓରେ ରିତେଶ ଆଙ୍ଗୁଳି ଚାଟି ଖାଦ୍ୟ ଖାଉଥିବାର ନଜର ଆସିଛନ୍ତି। ସେ ଖାଦ୍ୟ ଖାଇବାରେ ଏତେ ମଗ୍ନ ହୋଇ ଯାଇଛନ୍ତି ଯେ ତାଙ୍କ ସାର୍ଟର ଏକ ବଟନ ଖୋଲି ଯାଇଛି ବୋଲି ନଜର ଆସିନି। ଭିଡିଓରେ ରିତେଶଙ୍କ ପେଟ ସାମ୍ନାର ବଟନଟି ଖୋଲି ଯାଇଥିବା ଦେଖିବାକୁ ମିଳିଛି।
ଏହି ଭିଡିିଓକୁ ସେୟାର କରି ରିତେଶ ଲେଖିଛନ୍ତି, ‘ୟେ ଲୋ କ୍ୟାଲୋରି ମିଲ୍’। ଭିଡିଓ ଉପରେ ସେ ଆହୁରି ବି ଲେଖିଛନ୍ତି ଯେ ‘ଆପଣଙ୍କୁ ଯେତେବେଳେ ଆପଣଙ୍କ ନିର୍ଦ୍ଦେଶକ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଓଜନ ବୃଦ୍ଧି କରିବାକୁ କହନ୍ତି।’ ତେବେ ଏଥିରେ ସେ #ମିଷ୍ଟର୍ମମି ବି ଲେଖିଛନ୍ତି। ଆପଣ ଜାଣିିଥିବେ ନିଶ୍ଚୟ ଯେ ଗତ ଫେବ୍ରୁଆରିରେ ରିତେଶ ଦେଶମୁଖ ଓ ଜେନେଲିଆ ତାଙ୍କ କମେଡି ଡ୍ରାମା ‘ମିଷ୍ଟର୍ମମି’ର ଘୋଷଣା କରିଥିଲେ। ଏହି ସୋ’ର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ‘ବଣ୍ଟି ଓ ବବ୍ଲ’ର ନିର୍ଦ୍ଦେଶକ ସାଦ୍ ଅଲ୍ଲୀ।
Shakespeare, in the beautiful garden, among the party. Some of the hall: in fact she was ever to.
୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା ।ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ ।
ସକାଳୁ ସକାଳୁ ରାଜ୍ୟରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସହ ପବନ ଓ ଘଡଘଡିରେ ଦୈନଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।