VASTU

ଜୀବନରେ ହସ ଖୁସିର ରଙ୍ଗମଂଚ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ତରିକା!

ହୋଲିରେ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ତରିକା

ମଣିଷ ତାଜୀବନରେ ସବୁବେଳେ ଖୋଜିଥାଏ ଶାନ୍ତି ପ୍ରୀତି ଓ ସ୍ନେହ ।  ଏହି ଜୀବନ ହେଉଛି ଏକ ହସ ଲୁହର ରଙ୍ଗମଂଚ । ଜୀବନରେ ଖୁସି ରହିବା ସମସ୍ତଙ୍କର ଆଶାଥାଏ।   ଯଦି ଆପଣ ଏହି ଖୁସିକୁ ଜୀବନ ସାରା ପାଇବାକୁ ଚାହୁଁଛନ୍ତି ତ ହୋଲିରେ କିଛି ଆଧ୍ୟାତ୍ମିକ ତରିକା ଆପଣାନ୍ତୁ ।

ଫାଲଗୁନ କୃଷ୍ଣ ପ୍ରତିପଦା ଦିନ ସମସ୍ତେ ପରସ୍ପରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିଥାନ୍ତି । ଏହି ହୋଲି ଅବସରରେ ଶରୀରରେ ରଙ୍ଗ ବ୍ୟବହାର ଦ୍ୱାରା ଏହା ଥେରାପି ଭଳି କାମ କରିଥାଏ । ଯାହା ଦ୍ୱାରା ଶରୀରର ବିଭିନ୍ନ କଷ୍ଟରୁ ମୁକ୍ତି ମିଳିଥାଏ । ଏହି ଦିନ ମଧ୍ୟ ଧୁଳି କ୍ରିଡା କରାଯାଏ । ସହରରେ ଏହା କମ୍ ଓ ଗାଁ ଗୁଡିକରେ ଅଧିକ ଏହି ଖେଳ ହୋଇଥାଏ । ଏହି ସମୟରେ ହେଉଥିବା ଏହି ଖେଳ ଋତୁ ପରିବର୍ତ୍ତନ ଯୋଗୁଁ ହେଉଥିବା କ୍ମୃରୁ ଶରୀରକୁ ରକ୍ଷା କରିଥାଏ ।

ପ୍ରାଚୀନ ପରଂପରା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କ ବିଶେଷ ଆଗ୍ରହରେ ହୋଲି ଖେଳିଥିଲେ । ଏହା ବିଶ୍ୱାସ ଯେ ଯେତେବେଳେ ହୋଲି ଜଳାଯାଏ ,ସେତେବେଳେ ସମସ୍ତେ ଏକାଠି ହେବା ଉଚିତ୍ । ଯଦି କେଉଁ କାରଣରୁ ରାତିରେ ହୋଲି ଜଳାଇବା ସମୟରେ ସାମିଲ ନହୋଇ ପାରିଲେ ତାପରଦିନ ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଜଳୁଥିବା ହୋଲିର ନିକଟକୁ ଯାଇ ତିନି ପରିକ୍ରମା କରିବା ଭଲ । ହୋଲିର ବିଭୂତି ବା ଭସ୍ମ ଘରର ପୁରୁଷମାନେ ଅବଶ୍ୟ ମଥାରେ ଲଗାଇବା ସହ ମହିଳାମାନେ ବେକରେ ମଧ୍ୟ ଲଗାଇବା ଭଲ।

ଏହି ଦିନ ମନରେ କାହା ପ୍ରତି ଶତ୍ରୁ ଭାବରଖିବା ଠିକ ନୁହେଁ । ଘରକୁ ଆସିଥିବା ଅତିଥିଙ୍କୁ ମିଠା ଓ ମିଶ୍ରି ଅବଶ୍ୟ ଦିଅନ୍ତୁ ।ଏଥିରେ ସ୍ନେହ ଭାବ ବଢିବ । ଏହିପରି ଭାବେ ଆପଣ ହୋଲିକୁ ଆନନ୍ଦମୟ କରିବା ସହ ଜୀବନକୁ ସୁଖି କରିପାରିବେ।

ପଢନ୍ତୁ;

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

Related posts

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ

Ratnamani Moharana

ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

ENO Beuro

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା

ENO Beuro

1 comment

Leave a Comment