Loading...

ନୂଆବର୍ଷ ଆରମ୍ଭରୁ ତିନି ଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ

ନୂଆବର୍ଷ ଆରମ୍ଭରୁ ତିନି ଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ

ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି ।

ନୂଆବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା । ଲଗାତାର ତିନି ଦିନ ହେଲା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହେଉଛି । ସେପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି , ସମସ୍ତ ଭୋଗକୁ ପୋତାଯାଇଛି ।

 

ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ । ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିଛି ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଛନ୍ତି । ଅଚଳାବସ୍ଥା ତୁଟାଇବାକୁ କାଲି ବୈଠକ ଡାକିଥିଲେ ପ୍ରଶାସନ, କିନ୍ତୁ ବୈଠକକୁ ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନାହିଁ । ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ସମାଧାନର ବାଟ ଫିଟୁନାହିଁ, ଓଲଟା ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଟଣା ଓଟରା ବଢିଛି । ସେପଟେ ପ୍ରସାଦ ନ ପାଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.