ଓଲିଉଡ୍ର ଜଣାଶୁଣା ନାୟିକା ରୀୟା ଦେ ଙ୍କ ଆଗାମୀ ଓଡିଆ ସିନେମା ଦିଓ୍ଵାନା ହେଲି ତୋ’ପାଇଁ । ଏହି ସିନେମାରେ ତାଙ୍କୁ ଜଣେ ନୂଆ ନାୟକ ମୁନ୍ନାଙ୍କ ସହ ରୋମାସ୍ କରୁଥିବାର ଦେଖିବାକୁ ପାଇବେ ଦର୍ଶକ।
ଫିଲ୍ମରେ ରୀୟା ଜଣେ ସାଧାରଣ ଯୁବତୀ ଭୂମିକାରେ ଅଛନ୍ତି ଯିଏ କି ପରିବାରର ଭରଣପୋଷଣ ଲାଗି ବୁଟିକରେ କାମ କରୁଛନ୍ତି। ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଏହି ସିନେମା ଦିଓ୍ଵାନା ହେଲି ତୋ ପାଇଁ ରେ ରୀୟା ଏବଂ ମୁନ୍ନାଙ୍କ ବ୍ୟତୀତ ସିଦ୍ଧାନ୍ତ ,ଉଷସୀ ମିଶ୍ର, ଅମର, ଗୁଡ୍ଡୁ ଏବଂ ପପୁ ପମପମ୍ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ।
ଦିଓ୍ଵାନା ହେଲି ତୋ’ପାଇଁ ରେ ନିଜେ ଶ୍ରୀତମ ଦାସ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଚେହେରା ଓ ଅଭିନୟରେ ଦର୍ଶକେ ନିଶ୍ଚୟ ଭିନ୍ନତା ଲକ୍ଷ କରିବେ ।
ଏବର୍ଷ ରୀୟା ମାତ୍ର ଗୋଟିଏ ସିନେମାରେ ନଜର ଆସିଛନ୍ତି ‘କଥା ଦେଲି ମଥା ଛୁଇଁ’ । ଏହି ଛବିରେ ସେ ତାଙ୍କର ଜଣେ ପୁରୁଣା ଅନସ୍କ୍ରିନ୍ ଯୋଡିଦାର ଅଭିଷେକଙ୍କ ସହ ପୁଣି ଥରେ ରୋମାନସ୍ କରିବାର ସୁଯୋଗ ପାଇଛନ୍ତି । ଏତଦବ୍ୟତୀତ ଜଣେ ନବାଗତ ନାୟକ ଅମନଙ୍କ ସହ ମଧ୍ୟ ରୀୟାଙ୍କୁ ଦେଖିଥିଲେ ସିନେପ୍ରେମୀ ।
ଏବେ ରୀୟାଙ୍କ ହାତରେ ରହିଛି କେବଳ ଗୋଟିଏ ସିନେମା। ତାହା ହେଲା ଦିଓ୍ଵାନା ହେଲି ତୋ’ପାଇଁ । ଦେଖାଯାଉ ଏହି ଯୋଡି କି କାମାଲ ଦେଖାଉଛି ।