News

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

By ENO Beuro

April 19, 2018

ଜଣେ ମୃତ, ୭ ଆହତ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ପିଚୁକୁଳି ବଜାରରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଦୋକାନ ଉପରେ ଏକ ହାଇୱା ମାଡ଼ି ଯାଇଥିଲା । ଫଳରେ ଏହି ଦୋକାନରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ପିଚୁକୁଳ ବଜାରଠାରୁ କିଛି ଦୂରରେ ଆଉ ଏକ ଦୁର୍ଘଟଣା ଘଟିଛି । ବିଦ୍ୟୁତ ଖୁଣ୍ଟ ସହ ଏକ ଦ୍ରୁତଗାମୀ କାର୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି ।  ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପଢନ୍ତୁ ;

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଖଡଗପୁର-ଭୁବନେଶ୍ୱର ପାସେଞ୍ଜର , ଯାତ୍ରୀ ସୁରକ୍ଷିତ