News

ଘାଟି ତଳକୁ ଓଲଟିଲା ଟ୍ରକ: ୧୦ ମୃତ, ୩୨ ଆହତ

truck

ବ୍ରାହ୍ମଣୀଗାଁରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା

କନ୍ଧମାଳ ବ୍ରାହ୍ମଣୀ ଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ମିନି ଟ୍ରକ୍ ୪୦ ଫୁଟ୍ ତଳକୁ ଖସି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ୩୨ରୁ ଅଧିକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଗୁରୁତର ଆହତଙ୍କ ଚିକିତ୍ସା ଏମ୍‌କେସିଜି ମେଡିକାଲରେ ଚାଲିଛି।

truck

ମଦ୍ୟପ ଡ୍ରାଇଭର୍‌ର ବେପରୱା ଗାଡ଼ି ଚାଳନା ଯୋଗୁ ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି। ଅନ୍ୟପକ୍ଷରେ, ବାଲିଗୁଡ଼ା ସଡ଼କ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବା ସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗରଦପୁରରୁ ବ୍ରାହ୍ମଣୀଗାଁ ଚର୍ଚ୍ଚର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଟ୍ରକ ଡାଲାରେ ବସିଯାଉଥିଲେ। ଏକ ବୁଲାଣି ନିକଟରେ ଟ୍ରକ ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସିପଡ଼ିଥିଲା।

ପଢନ୍ତୁ;  ଗଣ୍ଠିସ୍ଥାନରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି କି ? ତେବେ ଆପଣାନ୍ତୁ କେତୋଟି ସହଜ ଉପାୟ

Related posts

୨ ଘଣ୍ଟାରେ ୯ ଥର ଥରିଲା ଆଣ୍ଡାମାନ:ଆଣ୍ଡାମାନରେ ମୃଦୁ ଭୂମିକମ୍ପ

Ratnamani Moharana

ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

ENO Beuro

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ENO Beuro

Leave a Comment