News

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

bus

ନୋଏଡ଼ା ଅନ୍ତର୍ଗତ ରଜନୀଗନ୍ଧା ଛକ ଅଣ୍ଡର୍‌ପାସ୍‌ ଠାରେ ଏକ ସ୍କୁଲ୍‌ ବସ୍‌ ଡିଭାଇଡର୍‌ରେ ଧକ୍କା ଖାଇବାକୁ ଅନ୍ୟୂନ ୧୨ ଜଣ ସ୍କୁଲ୍‌ ପିଲା ଆହତ ହୋଇଛନ୍ତି। ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟର୍‌ଙ୍କ ପରିସ୍ଥିତି ସଙ୍କଟଜନକ ବୋଲି କୁହାଯାଉଛି। ଆହତମାନଙ୍କୁ ପାଖରେ ଥିବା କୈଳାସ ହସ୍‌ପିଟାଲ୍‌କୁ ନିଆଯାଇଛି। ଏଥିରେ ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

bus

ସୂଚନଯୋଗ୍ୟ,ଦୁର୍ଘଟଣାଗ୍ରସ୍ତ ବସ୍‌ଟିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ। ନୋଏଡ଼ାର ସେକ୍ଟର ୧୬ ସ୍ଥିତ ଏକ ଅଣ୍ଡରପାସ୍‌ରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ଏକ ଡିଭାଇଡରରେ ପିଟି ହୋଇଥିଲା। ବସ୍‌ଟି ଏତେ ଜୋରରେ ପିଟି ହୋଇଥିଲା ଯେ ଏହାର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।

ପଢନ୍ତୁ;  ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ

Related posts

ମନ୍ଦିର ଦାନବାକ୍ସରେ ଆଇଫୋନ ୬ଏସ

ENO Beuro

ବିବାଦୀୟ କୋଟିଆବାସୀ ଦୁଇଟି ରାଜ୍ୟ ପାଇଁ ଦେଲେ ଭୋଟ

Ratnamani Moharana

ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ENO Beuro

Leave a Comment