News

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

puri

ଗୋଟେ ପରିବାରର ୫ ମୃତ

ପୁରୀ ଜଗନ୍ନାଥ ସଡକରେ ଏକ ବଡ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି। ପିତୃପକ୍ଷ ଅବସରରେ ଅସ୍ଥି ବିସର୍ଜନ କରି ମହୋଦଧିରେ ପିଣ୍ଡଦାନ କରିବା ଥିଲା ଉଦ୍ଦେଶ୍ୟ। ମାତ୍ର ବିଧିର ବିଧାନ ଥିଲା ଆଊ କିଛି। ଅସ୍ଥି ବିସର୍ଜନ ପାଇଁ ଆସୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି।

puri

ମିଳିଥିବା ସୂଚନା ଅନୁସାରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ପଡ଼ିବା ଫଳରେ ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳର ୫ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୭ଜଣକୁ ନେଇ ପିକଅପ ଭ୍ୟାନ ସୋମବାର ରାତି ପୁରୀ ପାଇଁ ବାହାରି ଥିଲା । ମାତ୍ର ଆଜି ପୁରୀରେ ପହଞ୍ଚିବା ପୂର୍ବରୁ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି ସ୍ୱର୍ଗତ ମୁରଲୀଙ୍କ ପୁଅ କେ କ୍ରିଷ୍ଣା, ଜଗଦୀଶ, କେ ଟେଙ୍କଙ୍କ ପୁଅ କେ ୱାୟାବାଟି, ଏମାନାଥଙ୍କ ପୁଅ ଅବନ ଓ ୟାମାବାଟି । ୧୨ ଜଣ ଆହତଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ବହୁତ ଭୟଙ୍କର ଥିଲା । ଦୁର୍ଘଟଣା ପରେ ଗାଡ଼ିଟି ରାସ୍ତାକଡ଼ରେ ଥିବା ପାଣି ଭର୍ତ୍ତି ଖାଳରେ ଓଲଟପିଡ଼ିଛି।

ପଢନ୍ତୁ;ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

Related posts

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

ENO Beuro

ପଞ୍ଜାବ ସୀମାରେ ପାକିସ୍ତାନୀ ଗୁପ୍ତଚର

Ratnamani Moharana

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ENO Beuro

Leave a Comment