News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ସ୍କୁଟିକୁ ପିଟିଲା ଟ୍ରଲର, ୨ମୃତ

ଆଜି ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ୧୪୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ଟ୍ରଲର ପିଟି ଦେବାରୁ ଦୁଇ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି। ଏହି ଦୁର୍ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ଦୁର୍ଘଟଣା ପରେ ଦୁଇ ଯୁବତୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରି ଦେଇଥିଲେ।ସେହି ସ୍କୁଟିରେ ନମ୍ବର ନଥିବାରୁ ଉଭୟଙ୍କ ପରିଚୟ ମିଳି ପାରିନାହିଁ।
ଦୁର୍ଘଟଣା ଘଟାଇଥିବା ଟ୍ରଲର ଦୁର୍ଘଟଣାସ୍ଥଳରୁ ଫେରାର। ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ଏହି ଦୁର୍ଘଟଣା ଯୋଗୁ କିଛି ସମୟ ଧରି ଉକ୍ତ ରାସ୍ତା ଜାମ୍ ହୋଇଯାଇଥିଲା।

ପଢନ୍ତୁ:ତୃତୀୟ ଟ୍ବେଣ୍ଟି-୨୦:ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

Related posts

ବିମାନ କର୍ମଚାରୀଙ୍କ ଅସଦାଚରଣ କରିବା କଥା ମନରୁ ନଲିଭୁଣୂ ଏବେ ପାଇଲଟଙ୍କ କାମରେ ଯାତ୍ରୀ ଅସନ୍ତୋଷ

ENO Beuro

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍

Ratnamani Moharana

Leave a Comment