News

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

barsa

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟ ସିତାପଡ଼ା ଠାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତା ଧୋଇ ଯାଇଛି । ଫଳରେ ରାୟପୁର-ଗୋପାଳପୁର ୫୯ ନଂ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଏଥିସହ ବାଲିଗୁଡ଼ାରୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ଦିଗରେ ଶତାଧିକ ଗାଡ଼ି ଅଟକି ରହିଛି । ବସଗୁଡ଼ିକ ଅଟକି ରହିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

barsa

ଏହି ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କେତେକ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆପାତତଃ ବନ୍ୟା ଆଶଙ୍କା ନଥିଲେ ହେଁ କେତେକ ସ୍ଥାନରେ ପୋଲ ଧୋଇଯିବା ଯୋଗୁଁ ଯାତାୟାତ ଠପ୍‍ ହୋଇଯାଇଛି। ବଲାଙ୍ଗୀର-କେସିଙ୍ଗା ୨୬ ନଂ ଜାତୀୟ ରାଜପଥ ଉପରେ କନ୍ତେସିର ନିକଟରେ ଥିବା ଏକ ପୋଲ ଧୋଇ ହୋଇଯିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ପ୍ରବଳ ବର୍ଷାରେ ଅଟକି ରହିଛନ୍ତି। ଗତ କାଲି ରାତିରେ ସେଠାରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ଧାର ଯୋଗୁଁ ପୋଲ ଧୋଇ ହୋଇଯାଇଥିବା ଟ୍ରକ୍‍ ଡ୍ରାଇଭର ଜାଣି ନ ପାରିବାରୁ ଦୁର୍ଘର୍ଟଣା ଘଟିଥିବା ଜଣାପଡ଼ିଛି।

ପଢନ୍ତୁ; ଓଆରଏଚଡିସି ଦୁର୍ନୀତି ମାମଲା:ଆଇଏଏସ ବିନୋଦ କୁମାରଙ୍କୁ ମିଳିଲା ଜାମିନ

Related posts

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ଦେହାନ୍ତ

ENO Beuro

କାଶ୍ମୀରର ପ୍ରଥମ ମହିଳା ମୁସଲମାନ ପାଇଲଟ ଇରାମ୍ ହବିବା

ENO Beuro

ବାଜପେୟୀଙ୍କ ପରଲୋକ: ଆଜି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ,ଅଫିସ ଓ ସରକାରୀ କାର୍ୟ୍ୟାଳୟ

ENO Beuro

Leave a Comment