EnewsOdia.Com

ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

ସହରର ଗଳି କନ୍ଦିରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନର ପୁଳା ପୁଳା ଚିତ୍ର। ସବୁଠି ସିସିଟିଭି ନାହିଁ କି ଟ୍ରାଫିକ୍‌ ପୁଲିସ ବି ନାହାଁନ୍ତି। ତେଣୁ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନର ଏ ଚିତ୍ର ସରକାରଙ୍କ ପାଖରେ ପହଁଞ୍ଚାଇବାକୁ ଆପଣ ବି ବନିପାରିବେ ମାଧ୍ୟମ। ସାଧାରଣ ଲୋକଟିଏ ବି ହୋଇପାରିବ ସଡ଼କ ସୁରକ୍ଷାର ସିଟିଜେନ୍ ରିପୋର୍ଟର । ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରେ ଆସିଛି ଏହି ପ୍ରସ୍ତାବ। ହେଲେ ଏଥିରେ ମୋହର ଲାଗିବା ପୂର୍ବରୁ ଏହାର ଦୁରୁପଯୋଗ ଆଶଙ୍କାରେ ଟ୍ରାଫିକ ଉଲ୍ଲଙ୍ଘନର ଫଟୋ ଓ ଭିଡିଓ ପଠାଇବାକୁ ଉଦ୍ଦିଷ୍ଟ ଆପ୍‌କୁ ତ୍ରୁଟିଶୂନ୍ୟ କରିବା ଲାଗି ଏନଆଇସି ଓ ଓକାକକୁ କୁହାଯାଇଛି।

ରାଜପଥରେ ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କୁ ଧରିବାକୁ ଆରମ୍ଭ ହେବ ଯୋଜନା ଦିଶା । ପ୍ରଥମେ ସାନବରୁଣରୁ ରାମେଶ୍ୱର ଯାଏଁ ରାସ୍ତାରେ ସିସିଟିଭି ଲଗାଇବାକୁ ୧୫ କୋଟି ମଂଜୁର କରିଛି କମିଟି। ମଦ ପିଇ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବାକୁ ଥାନାଗୁଡ଼ିକୁ ବ୍ରେଥ୍ ଆନାଲାଇଜର ଦିଆଯିବ। ଲୋକଙ୍କ ଅଭିଯୋଗ ଆପତ୍ତି ଓ ପରାମର୍ଶ ଶୁଣିବା ପାଇଁ ଏକ କଣ୍ଟ୍ରୋଲର ଓ କମାଣ୍ଡ ସେଣ୍ଟର ଖୋଲିବାକୁ ଯୋଜନା ହୋଇଛି।

ପଢନ୍ତୁ: ଜହ୍ନକୁ ଯାଇ ୨୨ ପ୍ରକାର ଖାଦ୍ୟ ଖାଇବେ ମହାକାଶଚାରୀ

 

 

ସମ୍ବନ୍ଧିତ ଖବର

ଯୁକ୍ତ୨ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବାକୁ ୨୪ ଘଣ୍ଟା ସମୟ ଦେଲେ ବିଭାଗୀୟ କର୍ତ୍ତୃପକ୍ଷ

Ratnamani Maharana

ଥଣ୍ଡାରେ ଥରୁଛି ସାରା ଓଡ଼ିଶା, କାଲିଠୁ ବର୍ଷା

Ratnamani Maharana

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Ratnamani Maharana

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

Ratnamani Maharana

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana