ତୃତୀୟଥର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

robert

ରବର୍ଟ ଭଦ୍ରାଙ୍କୁ ଇଡିର ମାରାଥନ୍‌ ଜେରା ଜାରି । ତୃତୀୟ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଜେରା ପାଇଁ ହାଜର ହୋଇଛନ୍ତି ଭଦ୍ରା। ନିଜ ଗାଡ଼ିରେ ଭଦ୍ରା ପ୍ରାୟ ୧୦:୪୫ ମିନିଟ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟ କେନ୍ଦ୍ରୀୟ ଦିଲ୍ଲୀର ଜାମନଗର ହାଉସ୍‌ରେ ପହଞ୍ଚିଥିଲେ।

ଅଧିକାରୀ କହିଛନ୍ତି ଯେ, ଭଦ୍ରାଙ୍କୁ ଆହୁରି ପ୍ରଶ୍ନ ପଚରାଯିବାର ଥିଲା, ସେଥିପାଇଁ ଶନିବାର ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। କୁହାଯାଉଛି ଯେ ଗତ ଥର ହୋଇଥିବା ଜେରା ସମୟରେ ଭଦ୍ରାଙ୍କୁ ସେହି ଦସ୍ତାବିଜ ବିଷୟରେ ଗୁଡେଇ ତୁଡେଇ ପ୍ରଶ୍ନ କରାଯାଇଥିଲା, ଯାହାକୁ ଏଜେନ୍ସି ମାମଲାର ତଦନ୍ତ ସମୟରେ ହାସଲ କରିଥିଲା। ଏଥିରେ ପଳାତକ ପ୍ରତି ରକ୍ଷା ସାମଗ୍ରୀର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡ଼ିତ ଦସ୍ତାବିଜ ମଧ୍ୟ ସାମିଲ।

ସୂଚନାଯୋଗ୍ୟ, ପୂର୍ବରୁ ଇଡି ଯେଉଁ ଜେରା କରିଥିଲା ସେଥିରେ ତାଙ୍କର ଲଣ୍ଡନରେ କୌଣସି ସମ୍ପତ୍ତି ନାହିଁ ବୋଲି ରବର୍ଟ କହିଛନ୍ତି। ହେଲେ ଇଡି ଦାବି କରିଛି ରବର୍ଟ ବିଦେଶରେ ସମ୍ପତ୍ତି କ୍ରୟ କରିବାକୁ ମନି ଲଣ୍ଡରିଂ କରିଛନ୍ତି।

ପଢନ୍ତୁ; ସକାଳେ ଖାଲି ପେଟରେ ପିଅନ୍ତୁ ଖଜୁରୀ ପାଣି,ମିଳିବ ଅନେକ ଫାଇଦା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More