ମନି ଲଣ୍ଡରିଂ ମାମଲା: ରବର୍ଟ ଭଦ୍ରାଙ୍କୁ ଇଡିର ୬ ଘଣ୍ଟା ଜେରା

rov

ମନି ଲଣ୍ଡରିଂ ସହ ଜଡିତ ଏକ ମାମଲାରେ ଜେରା ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ଵାଇଁ ରବର୍ଟ ଭଦ୍ରା ବୁଧୁବାର ଇଡି ସମ୍ମୁଖରେ ହାଜର ହୋଇଛନ୍ତି। ତାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଜେରା କରଯାଇଥିଲା। ତେବେ ଲଣ୍ଡନରେ ସଂପତ୍ତି କିଣିବା ଓ ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରିଙ୍କ ସହ ସମ୍ପର୍କ କୁ ସେ ଅସ୍ଵୀକାର କରିଛନ୍ତି।

ଆଜି ତାଙ୍କୁ ପୁଣି ଜେରା କରାଯିବ। ମନୋଜ ଆରୋରା ହେଉଛନ୍ତି ସ୍କାଇଲଇଟ୍ ହସପିଟାଲିଟି ନାମକ ଏକ ସଂସ୍ଥାର ଅଧିକାରୀ। ଉକ୍ତ ସଂସ୍ଥା ସହିତ ରବର୍ଟଙ୍କ ସଂପର୍କ ରହିଛି ବୋଲି ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ବିଦେଶରେ ରବର୍ଟଙ୍କ ସଂପତ୍ତି ସଂପର୍କରେ ମନୋଜଙ୍କ ପାଖରେ ସବୁ ତଥ୍ୟ ରହିଛି ବୋଲି କୁହାଯାଉଛି। ରବର୍ଟ ଭଦ୍ରାଙ୍କ ଇଡି ଜେରାକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କ ପଛରେ ଛିଡ଼ା ହୋଇଛନ୍ତି।

ସୂଚନାଯୋଗ୍ୟ, ଇଡି ଦ୍ୱାରା ରୁଜୁ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ଭଦ୍ରା ଦିଲ୍ଲୀ ଅଦାଲତରେ ଆଗୁଆ ଜାମିନ ଆବେଦନ କରିଥିଲେ।

ପଢନ୍ତୁ;  ପାରାଦୀପ ହେବ ବିକାଶର ଇଞ୍ଜିନ, ୧୧ ହଜାରେ କୋଟିର ପ୍ରକଳ୍ପ ଉଦଘାଟିତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More