Entertainment

‘ବିଗ ବସ’ ସିଜିନ-୯ ର ଏହି ଯୋଡି ଗୋଆରେ କରିଛନ୍ତି ବିବାହ

ବିଗ ବସ ସିଜିନ-୯ ରେ ବେଶ ଚର୍ଚ୍ଚାରେ ରହିଥିଲା ଏମାନଙ୍କ ସମ୍ପର୍କ

ଉଭୟ କିଥ ଓ ରୋସେଲ ଟିଭି ଉପସ୍ଥାପକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଡେଲିଂରେ ଉଭୟ ମଧ୍ୟ ହାତେଇଛନ୍ତି ସଫଳତା । ଟେଲିଭିଜନର ହଟ ଯୋଡି କିଥ ସେକୁଏରା ଏବଂ ରୋସେଲ ରାଓ ଗୋଆରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଗ ବସ ସିଜିନ-୯ ରେ ବେଶ ଚର୍ଚ୍ଚାରେ ରହିଥିଲା ଏମାନଙ୍କ ସମ୍ପର୍କ ।

ବିଗ ବସ ସିଜିନ-୯  ରିୟାଲିଟି ଶୋରେ ଜଣାପଡିଥିଲା କିଥ ଓ ରୋସେଲଙ୍କ ପ୍ରେମ ସମ୍ପର୍କ ବିଷୟରେ । ଏହି ଶୋରେ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସଭିଁଙ୍କ ସାମ୍ନାରେ ରଖିଥିଲେ କିଥ ଓ ରୋସେଲ ।

କିଥ ଓ ରୋସେଲଙ୍କୁ ଅନେକ ରିୟାଲିଟି ଶୋରେ ବି ଏକାଠି ଦେଖିବାକୁ ମିଳିଲା । ଏହାପରେ ସବୁ ସାମାଜିକ ମିଳନ, ପର୍ବ ଓ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଲେ ଏହି ଯୋଡି । କ୍ୟାମେରା ଆଗରେ ସବୁବେଳେ ନିଜ ପ୍ରେମକୁ ଖୁଲମଖୁଲା ପ୍ରକାଶ କରୁଥିବା ଏହି ଯୋଡି କିନ୍ତୁ ଚୁପଚାପ ଭାବେ ବିବାହ କରିଛନ୍ତି ।

ଗୋଆରେ ଚୁପଚାପ ବିବାହ କରିଛନ୍ତି ଏହି ଯୋଡି । ଗୋଆରେ ବିଚ ୱେଡିଂ କରିଛନ୍ତି ଟେଲିଭିଜନର ଏହି ଲୋକପ୍ରିୟ ଯୋଡି । ଦୁହେଁ ଗୋଆରେ ଖ୍ରୀଷ୍ଟିଆନ ଶୈଳୀରେ ବିବାହ କରିଛନ୍ତି । ଆଉ ବିବାହ ପରେ ବିବାହ ସମୟର କିଛି ଖାସ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଉଭୟ କିଥ ଓ ରୋସେଲ ।

ଧଳା ରଙ୍ଗର ଗାଉନରେ ରୋସେଲ ବଧୁବେଶରେ ବେଶ ଆକର୍ଷିତ ଲାଗୁଥିବାବେଳେ ନୀଳ ରଙ୍ଗର ସୁଟରେ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି କିଥ । ଏବେ ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି କିଥ ଓ ରୋସେଲ ।

‘ବିଗ ବସ’ ସିଜିନ-୯ ର ଏହି ଯୋଡି ଗୋଆରେ କରିଛନ୍ତି ବିବାହ kit and rochel

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

Related posts

Ranjeet – Landa Villain || Special Interview || Jatra Duniya || Tulasi Gananatya

ENO Beuro

ସୁଟିଂ ସମୟରେ ଅସୁସ୍ଥ ହୋଇ ପଡିଲେ ବିଗ୍‌-ବି ଅମିତାଭ , ସ୍ୱତନ୍ତ୍ର ବିମାନରେ ଯୋଧପୁରରୁ ଆସିଲେ ମୁମ୍ବାଇ

ENO Beuro

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More