News

ରୁଷ୍‌ରେ ରକେଟ୍‌ ପରୀକ୍ଷା ବେଳେ ଇଞ୍ଜିନ ବିସ୍ଫୋରଣ

Untitled 1

ରୁଷର ଉତ୍ତରାଞ୍ଚଳରେ ସେନାର ଏକ ଘାଟିରେ ବିଭିନ୍ନ ଉପରକରଣଗୁଡ଼ିକର ପରୀକ୍ଷଣ ସମୟରେ ରକେଟ ଇଞ୍ଜିନ ବିସ୍ଫୋରଣ  ଘଟି ୫ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ପରମାଣୁ ବିକିରଣ  ବ୍ୟାପୁଥିବା ଖବର ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତି ଜାରି କରି ଏହି ସୂଚନା ଦେଇଛି। ଏହି ଅଘଟଣରେ ଅନ୍ୟ ତିନି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଆହତମାନଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେନା ଘାଟି ଉପରେ ପରମାଣୁ ବିକିରଣ ସ୍ତର ସାମାନ୍ୟ ରହିଛି। ବିକିରଣ ରୋକିବାକୁ ପଦକ୍ଷେପ ନିଆଯାଉଛି। ଗତ ଏକ ସପ୍ତାହ ମଧ୍ୟରେ ୨ୟ ଥର ପାଇଁ ଏପରି ଘଟଣା ଘଟିଛି।

Rosa 300x168

ଗତ ସୋମବାର ସାଇବେରିଆର ଏକ ଅସ୍ତ୍ରଶସ୍ତ୍ର ଡିପୋରେ ନିଆ ଲାଗି ବିସ୍ଫୋରଣ ଘଟିଥିଲା।  ଗୁରୁବାର ଦିନ ଆର୍କାଙ୍ଗେଲ୍‌ସ୍କ ଅଞ୍ଚଳରେ ଥିବା ପରୀକ୍ଷଣସ୍ଥଳୀରେ ଗୋଟାଏ ରକେଟ୍‌ ଇଞ୍ଜିନ୍‌ ଫାଟି ଯିବାରୁ ଖେଳିଯାଇଥିବା ବିକିରଣ ଯୋଗୁଁ ନିକଟବର୍ତ୍ତୀ ସହରରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଶ୍ୱେତ ସାଗର ବନ୍ଦରର କିଛି ଅଂଶ ବନ୍ଦ କରିବାକୁ ସେମାନେ ବାଧ୍ୟ ହୋଇଥିଲେ। ବିକିରଣ ପ୍ରଭାବ ହ୍ରାସ କରିବାକୁ ସ୍ଥାନୀୟ ଲୋକମାନେ ଆୟୋଡିନ୍‌ ନେଇ ମହଜୁଦ ରଖୁଛନ୍ତି।

ପଢନ୍ତୁ: ଯୁକ୍ତ୨ରେ ୧.୩୨ ଲକ୍ଷ ସିଟ୍‌ ଖାଲି, ୧୩ରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

Related posts

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବା ନେଇ ପାକିସ୍ତାନ ରଖିଲା ଏଭଳି ସର୍ତ୍ତ……….

ENO Beuro

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

Leave a Comment