EnewsOdia.Com

ପୁଣି ଇରାକରେ ଥିବା ଆମେରିକା ସେନାକ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ

ଇରାନ ମୁଣ୍ଡରୁ ଯାଉନି ଆକ୍ରମଣର ଭୂତ । ରହି ରହି ଆମେରିକା ଉପରେ ରକେଟ୍ ମାଡ କରୁଛି ଇରାନ୍ । ତେବେ ଏଥର ଏହି ରକେଟର ଶିକାର ହୋଇଛି ଇରାକ୍ । ଇରାକରେ ଥିବା ଆମେରିକାର ସୈନ୍ୟ ଠିକଣାକୁ ନିଶାନା କରି ଇରାନ୍ ରକେଟ୍ ମାଡ କରିଥିବା ବେଳେ ଏହା ଇରାକ୍ ଏୟାରବେସ୍ ଉପରେ ପଡିଛି ।

ବିମାନ ବନ୍ଦରରେ ଥିବା ଇରାକ ପୋଲିସ ଉପରେ ଗୋଟିଏ ରକେଟ୍ ମାଡ ହୋଇଛି । ଏହି ଆକ୍ରମଣରେ କାହାର ମୃତାହତ ନେଇ କୌଣସି ସୂଚନା ଜଣାପଡିନି ।  ଏହି ଘଟଣା ଆଗରୁ ଇରାକ୍ ଏୟାରବେସ ଉପରେ ମୋଟ୍ ୮ଟି ରକେଟ୍ ମାଡ କରିସାରିଛି ଇରାନ । ଏଥିରୁ ୭ଟି ରନୱେ କୁ ପୁରା କ୍ଷତି ପହଁଚାଇଛି । ଇରାକ୍ ରାଜଧାନୀ ବାଗଦାଦ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି ।

ପଢନ୍ତୁ: ଆଜି ପବିତ୍ର ମକର ସଂକ୍ରାନ୍ତି

ସମ୍ବନ୍ଧିତ ଖବର

ଇଣ୍ଟରନେଟରେ Coronavirus ସର୍ଚ୍ଚ କରିବା ପଡିପାରେ ମହଙ୍ଗା

Ratnamani Maharana

ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ଉପରେ ୮୦ ମିଲିୟନ୍‌ ଆମେରିକୀୟ ଡଲାର ପୁରସ୍କାର

Ratnamani Maharana

କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Ratnamani Maharana

ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

Ratnamani Maharana

ବିଜେପିରେ ମିଶିବାର ୩ ଘଣ୍ଟାରେ ରାଜ୍ୟସଭା ଟିକେଟ ପାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Ratnamani Maharana

ଦୀର୍ଘ ୬ ମାସ ପରେ ମୁକୁଳିଲେ କଶ୍ମୀରରେ ଗୃହବନ୍ଦୀ ଥିବା ୪ ନେତା

Ratnamani Maharana