SPORTS

ଇତିହାସ ରଚିଲେ ରୋଜର ଫେଡେରର : ଅଷ୍ଟ୍ରେଲିଆନ ଓପନ

ଫେଡେରରଙ୍କୁ ୨୦ ତମ ଗ୍ରାଣ୍ଡସ୍ଲାମ ଟାଇଟଲ

ସୁଇଜରଲାଣ୍ଡର ବ୍ୟାଡମିଣ୍ଟନ ତାରକା ରୋଜର ଫେଡେରର କ୍ରମାଗତ ଦ୍ଵିତୀୟ ଥର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲ ମୁକାବିଲାରେ ସେ କ୍ରୋଏସିଆର ବିଶ୍ଵର ୬ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ମାରିନ ସିଲିକଙ୍କୁ ମାତ୍ ଦେଇ ଏକକ ବର୍ଗରେ ୨୦ ତମ ଗ୍ରାଣ୍ଡ ସ୍ଲାମ ଜିତିବାର ରେକର୍ଡ କରିଛନ୍ତି। ଏହା ସହିତ ଷଷ୍ଠ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରି ରୟ ଇମର୍ସନ(ଅଷ୍ଟ୍ରେଲିଆ) ଓ ନୋଭାକ ଜାକୋଭିକ(ସର୍ବିଆ)ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଏହି ଦୁଇ ଖେଳାଳି ଛଅ ଥର ଲେଖାଏଁ ଅଷ୍ଟ୍ରେଲିଆ ଓପନ ଟାଇଟାଲ ହାସଲ କରିଥିଲେ ।

୩ ଘଣ୍ଟା ୩ ମିନିଟ ଧରି ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଫେଡରର ୬-୨, ୬-୭, ୬-୩, ୩-୬, ୬-୧ରେ ମାରିନଙ୍କୁ ହରାଇ ଟାଇଟଲକୁ ନିଜ ନାମରେ କରିନେଇଥିଲେ । ଏହା ହେଉଛି ଫେଡରରଙ୍କ ୩୦ତମ ଗ୍ରାଣ୍ଡ ସ୍ଲାମ ପାଇନାଲ । ରୋଜର ଫେଡରର ଏବଂ ମାରିନ ସିଲିକ୍‌ଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳାଯାଇଛି । ଏଥିରୁ ୯ଟିରେ ଫେଡରର ଓ ଗୋଟିଏରେ ସିଲିକ୍‌ ବିଜୟ ହୋଇଛନ୍ତି । ସିଲିକ୍‌ ଏହା ପୂର୍ବରୁ ୨୦୧୪ ଆମେରିକା ଓପନରେ ଫେଡରରଙ୍କୁ ହରାଇଥିଲେ ।

ଅଷ୍ଟ୍ରେଲିଆନ ଓପନରେ ତାଙ୍କର ଜିତିବା- ହାରିବା ରେକର୍ଡରେ ଉନ୍ନତି ହୋଇଛି ଓ ଏହା ୯୪-୧୩ ଅନୁପାତରେ ପହଞ୍ଚିଛି। ତେବେ ତାଙ୍କର ମୋଟାମୋଟି ଗ୍ରାଣ୍ଡସ୍ଲାମ ରେକର୍ଡ ୩୩୨-୫୨ରେ ପହଞ୍ଚିଛି। ଏହି ଫାଇନାଲ ମ୍ୟାଚ ଅବସରରେ ଫେଡେରର ଟୁର୍ନାମେଣ୍ଟର ଏକମାତ୍ର ସେଟ୍‌ ଡ୍ରପ୍‌ କରିଥିଲେ। ୩୬ ବର୍ଷୀୟ ଫେଡେରର ଏଥିସହିତ ବୟୋଜ୍ୟେଷ୍ଠ ଖେଳାଳିଭାବେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଛନ୍ତି। ଅବଶ୍ୟ ୧୯୭୨ରେ ତାଙ୍କ ରୋଲ ମଡେଲ କେନ୍‌ ରୋଜ୍‌ଓ୍ବାଲ ସବୁଠାରୁ ବୟସ୍କ ଖେଳାଳିଭାବେ ଏହି ସଫଳତା ହାସଲ କରିଥିଲେ।

ଫେଡେରର ଓ ସିଲିକ ୧୦ଥର ଅମନାସାମନା ହୋଇଛନ୍ତି। ଫେଡେରର ୯ ଥର ବିଜୟ ହାସଲ କରିଥିବା ବେଳେ ସିଲିକ ଥରେ ମାତ୍ର ବିଜୟୀ ହୋଇଛନ୍ତି। ଗତବର୍ଷ ଓ୍ବିମ୍ବେଲଡନ ଫାଇନାଲରେ ଫେଡେରର ସିଧାସଳଖ ସେଟରେ ସିଲିକଙ୍କୁ ପରାସ୍ତ କରିଥିଲେ। ମାର୍ଗାରେଟ କୋର୍ଟ, ସେରେନା ଉଇଲିୟମ୍ସ ଓ ଷ୍ଟେଫି ଗ୍ରାଫ୍‌ଙ୍କ ପରେ ଫେଡେରର ଚତୁର୍ଥ ଖେଳାଳିଭାବେ ୨୦ କିମ୍ବା ତାଠାରୁ ଅଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଗତ ୫ଟି ମେଜର ଟୁର୍ନାମେଣ୍ଟରୁ ସେ ୩ଟିରେ ବାଜି ମାରିଛନ୍ତି। ଟାଇଟଲ ଜିତିବା ପରେ ସେ ବେଶ୍‌ ଭାବପ୍ରବଣ ହୋଇଉଠିଥିଲେ ଓ ଖୁସିରେ କାନ୍ଦି ପକାଇଥିଲେ। ଏହି ବିଜୟ ମୋ ପାଇଁ ବିଶେଷଭାବେ ମହତ୍ତ୍ୱ ରଖୁଛି ଓ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସ୍ବପ୍ନ ପୂରଣ ହୋଇଛି।

ପଢନ୍ତୁ ;

ଅଜଣା ନମ୍ବରର କଲ ଡିଟେଲ୍ସ ଜାଣିବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

Related posts

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

ENO Beuro

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ ପଦକ

ENO Beuro

ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ENO Beuro

Leave a Comment