SPORTS

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

rohit

ରୋହିତ ଶର୍ମାଙ୍କ ବିସ୍ପୋରକ ଶତକ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଏଠାରେ ଅନୁଷ୍ଟିତ ଦ୍ଵିତୀୟ ଟି-୨୦କୁ ୭୧ ରନରେ ସିରିଜ କବଜା କରିଛି। ରୋହିତଙ୍କ ଶତକ ବଳରେ ଏହା ସମ୍ଭବ ହୋଇପାରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୯୬ ରନ ବିଜୟ ଲକ୍ଷ୍ୟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୯ ଉଇକେଟ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା ।

rohit

ପୂର୍ବରୁ ରୋହିତ ଓ ନ୍ୟୁଜିଲ୍ୟାଣ୍ଡର କଲିନ୍‌ ମନରୋ ଟି-୨୦ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ତେବେ ଗତକାଲି ମ୍ୟାଚରେ ୫୮ଟି ବଲ୍‌ରେ ଶତକ ହାସଲ କରି ରୋହିତ ବିଶ୍ୱର ସବୁ ବ୍ୟାଟସ୍‌ମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ଏହି ମ୍ୟାଚ୍‌ରେ ୬୧ଟି ବଲ୍‌ରେ ବିସ୍ଫୋରକ ୧୧୧ ରନ୍‌ର ଇନିଂସ୍‌ ଖେଳି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହିଥିଲେ।

ସୂଚନାଯୋଗ୍ୟ,ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ଇନିଂସ ଆରମ୍ଭରୁ ରୋହିତ ଶର୍ମା ଏବଂ ଶିଖର ଧଓ୍ଵନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମ ଓ୍ଵିକେଟ୍ ୧୨୩ ରନ୍ ଭାବରେ ଶିଖର ଧଓ୍ଵନଙ୍କୁ ହରାଇଥିଲା। ଧଓ୍ଵନ୍ ୪୧ଟି ବଲ୍ ଖେଳି ୪୩ ରନ୍ କରିଥିଲେ। ଏହା ପରେ ୧୩୩ ରନରେ ଋଷଭ ପନ୍ତଙ୍କ ୱିକେଟ୍ ଯାଇଥିଲା । ପନ୍ତ ୬ଟି ବଲ୍ ଖେଳି ୫ ରନ୍ କରିଥିଲେ ।

ପଢନ୍ତୁ;  ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଚେନ୍ନାଇ ସୁପର କିଙ୍ଗସର ଦ୍ଵିତୀୟ ବିଜୟ: ଦିଲ୍ଲୀକୁ ୬ ଉଇକେଟରେ ହରାଇଲା

Ratnamani Moharana

ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

ENO Beuro

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

ENO Beuro

Leave a Comment