30.1 C
Bhubaneswar
October 22, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍

ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡିବେ ବିରାଟ କୋହଲି

ଭାରତୀୟ କ୍ରିକେଟ୍ ଦଳରେ ଆସନ୍ତା କିଛି ଦିନ ମଧ୍ୟରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଅଧିନାୟକ ପଦ ଛାଡିବେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ଟି-୨୦ ବିଶ୍ୱକପ ପରେ ଟି -୨୦ ଏବଂ ODI ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦ ମିଳିପାରେ ।ବିରାଟ କୋହଲି ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି । ୩୨ ବର୍ଷୀୟ କୋହଲି ଟିମ୍ ଇଣ୍ଡିଆର ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ । ଅଷ୍ଟ୍ରେଲିଆ ଗସ୍ତ ପରେ ବିରାଟ କୋହଲି, ରୋହିତ ଶର୍ମା ଦଳ ପରିଚାଳନା ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ୍ ଅନୁଷ୍ଠିତ ହେବ ।

କୋହଲିଙ୍କ ବଦଳରେ ରୋହିତ ପରବର୍ତ୍ତୀ ଅଧିନାୟକ ପାଇଁ ସର୍ବୋତ୍ତମ ବିକଳ୍ପ । ୩୪ ବର୍ଷୀୟ ରୋହିତ ଶର୍ମା ବର୍ତ୍ତମାନ ପ୍ରାୟ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି । ସେ ଦଳରେ ୨ ନମ୍ବର ସ୍ଥାନ ଅଧିକାର କରିଛନ୍ତି, ଟି -୨୦ ରେ ଅଧିନାୟକତ୍ୱ ରେକର୍ଡ ଅତୁଳନୀୟ । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପାଞ୍ଚ ଥର ଆଇପିଏଲ ଟ୍ରଫି ଜିତିଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ହ୍ୱାଇଟ୍ ବଲ୍ କ୍ରିକେଟ୍ ରେ ରୋହିତ ଶର୍ମାଙ୍କ ଅପେକ୍ଷା ଦୁନିଆରେ କେହି ବି ଭଲ ଓପନିଂ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି ।

ପଢନ୍ତୁ: ଯୁକ୍ତ୩ ନାମଲେଖା ସାର୍ଟିଫିକେଟ ଦାଖଲରେ କୋହଳ କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

Related posts

ଟୋକିଓ ଅଲିମ୍ପିକରେ ଭାରତର ବିଜୟ ଅଭିଯାନ ଆରମ୍ଭ

Ratnamani Maharana

ପୁଣି ଇରାକରେ ଥିବା ଆମେରିକା ସେନାକ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ

Ratnamani Maharana

ସବୁ ପୁଅ ମାନଙ୍କୁ ଖାଇବାକୁ ପଡ଼ିବ ପାର୍ଲେଜି ନଚେତ…..

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More