ବଲିଉଡରେ ଆୟୋଜିତ ଆୱାର୍ଡ ଶୋକୁ ନେଇ ବହୁବାର ବିବାଦୀୟ ମନ୍ତବ୍ୟ ଆସିବା କିଛି ବଡକଥା ନୁହେଁ। ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ମଧ୍ୟ ଆୱାର୍ଡ ଶୋ’କୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ନିକଟରେ ଶାହିଦ୍ କପୁର୍ ମଧ୍ୟ ଶେଷ ମୁହୂର୍ତ୍ତରେ ଏକ ଆୱାର୍ଡ ଶୋ’ରେ ପରର୍ଫମ୍ କରିବା ପାଇଁ ମନା କରି ଦେଇଥିଲେ। କାରଣ ଶାହିଦ୍ ଜାଣିବାକୁ ପାଇଥିଲେ ଯେ ‘କବିର୍ ସିଂହ’ ପାଇଁ ତାଙ୍କୁ ବେଷ୍ଟ୍ ଆକ୍ଟର ଆୱାର୍ଡ ମିଳିବ ନାହିଁ। ଏହି ପୁରସ୍କାର ‘ଗଲି ବୟ୍’ ପାଇଁ ରଣବୀର୍ ସିଂହକୁ ମିଳିବ।କୁ ଯାଉଛି। ତେବେ ଏହାକୁ ନେଇ ଆଉ ଏକ ଖୁଲାସ କରିଛନ୍ତି ରୋହିତ ସେଟ୍ଟୀ। ବଲିଉଡ୍ର ପ୍ରାୟ ସମସ୍ତ ଇଭେଣ୍ଟରେ ସାମିଲ ହେଉଥିବା ରୋହିତ ଏକ ଚାଟ୍ ଶୋ’ରେ ଯୋଗ ଦେଇ କହିଛନ୍ତି ଯେ ସବୁ ଆୱାର୍ଡ ଫଙ୍କସନ୍ ଫେକ୍।
ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ଶୋ’ରେ ଯୋଗ ଦେଇ ସେ ଏ କଥା କହିଥିଲେ। ସେ କହିଥିଲେ, “ଯେ କୌଣସି ଆୱାର୍ଡ ଶୋ’କୁ ମୁଁ ସେତେବେଳେ ଯାଏ ଯେତେବେଳେ ମୋତେ ହୋଷ୍ଟ୍ କରିବା ପାଇଁ ଟଙ୍କା ମିଳେ ବା ମୋ ଫିଲ୍ମକୁ ଆୱାର୍ଡ ମିଳେ। ନହେଲେ ମୁଁ ଆୱାର୍ଡ ଶୋ’କୁ ଯାଏନି। କାରଣ ଏସବୁ ଫେକ୍ ଓ ଟିଭି ଶୋ’ ପରି।’
ପଢନ୍ତୁ: ନୂଆ ବର୍ଷରୁ ଶସ୍ତା ହେବ ଟିଭି ଦେଖା