SPORTS

ଏକାସାଙ୍ଗରେ ଦୁଇଟି ମହିଳାଙ୍କୁ ବିବାହ କରିବେ ରୋନାଲ୍‌ଡିନୋ !

ଏକକାଳୀନ ୨ ମହିଳାଙ୍କୁ ବିବାହ କରିବେ ବ୍ରାଜିଲୀୟ ଫୁଟ୍‌ବଲ୍‌ କିମ୍ବଦନ୍ତୀ ରୋନାଲିଡିନୋ। ଆସନ୍ତା ଅଗଷ୍ଟ ମାସରେ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ଯାଉଛନ୍ତି। ଗତ ୬ମାସ ଧରି ସେମାନେ ୩ଜଣ ଲିଭ୍‌ଇନ୍‌ରେ ରହୁଛନ୍ତି।

ରୋନାଲ୍‌ଡିନୋଙ୍କ ଦୁଇ ପ୍ରେମିକା ହେଉଛନ୍ତି ପ୍ରିସ୍କିଲ୍‌ କୋଏଲୋ ଏବଂ ବିଟ୍ରିଜ୍‌ ସୁଜା। ପ୍ରିସ୍କିଲ୍‌ଙ୍କ ସହିତ ରୋନାଲ୍‌ଡିନୋଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା। ୨୦୧୬ରେ ତାଙ୍କ ଜୀବନରେ ବିଟ୍ରିଜ୍‌ ଆସିଥିଲେ। ଏବେ ରୋନାଲ୍ଡିହ୍ନୋ ଫୁଟବଲ ଖେଳୁ ନ ଥିଲେ ମଧ୍ୟ ନିଜର ଭାବି ପ୍ରତ୍ନୀଙ୍କୁ ମାସିକ ୧୫ ଶହ ପାଉଣ୍ଡ୍‌ ଲେଖାଏଁ ଖର୍ଚ୍ଚ କରିବାକୁ ଦେଉଛନ୍ତି।

ନିଜ ପ୍ରେମ ସମ୍ପର୍କ କଥା ରୋନାଲଡିନୋ କେବେ ସାଧାରଣରେ ପ୍ରକାଶ କରିନଥିଲେ। ହେଲେ ମହିଳାଙ୍କ ବଂଧୁ ଓ ପରିବାର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ରୋନାଲଡିନୋଙ୍କ ପ୍ରତିଟି ଇଭେଣ୍ଟ୍‌କୁ ଏହି ଦୁଇ ମହିଳା ମଧ୍ୟ ଗସ୍ତ କରିଥାନ୍ତି। ଚଳିତ ବର୍ଷ ମାର୍ଚ ମାସରେ ନିଜର ଶାମ୍ବା ସଂଗୀତ ଦଳ ସହିତ ଜାପାନ ଗସ୍ତ ବେଳେ ଉଭୟ ପ୍ରେମିକାଙ୍କ ସହି ଫଟୋକୁ ରୋନାଲ୍‌ଡିନୋ ଛାଡ଼ିବା ପରେ ଇନ୍‌ଷ୍ଟାଗ୍ରାମରେ ୩୨ ନିୟୁତ ଅନୁଗାମୀ ପସନ୍ଦ କରିଥିଲେ। ସପ୍ତାହକ ପରେ ସେମାନେ ରାଜଧାନୀ ବ୍ରାସିଲିଆରେ ମଧ୍ୟ ଏକତ୍ର ବୁଲିଥିଲେ। ଏହି ଚର୍ଚିତ ଫୁଟ୍‌ବଲର୍‌ ମଧ୍ୟ ରୋମାରିଓଙ୍କ ଭଳି ରାଜନୀତିରେ ଯୋଗଦେଇଛନ୍ତି।

ପଢନ୍ତୁ;କର୍ଣ୍ଣାଟକକୁ ବ୍ୟାପିଲା ନିପା ଭୂତାଣୁ!

Related posts

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

ENO Beuro

ଆଇପିଏଲ୍‌ ୧୧: ଗେଲ୍‌ ଝଡ଼,କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍ ରେ ବିଜୟୀ

ENO Beuro

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More