• Home
  • News
  • ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ
News

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ

ବ୍ୟାଙ୍କରୁ ଋଣ ନେଇ ତାହାକୁ ପରିଶୋଧ ନ କରିବା ଭଳି କମ୍ପାନୀ ମାଲିକଙ୍କ ପାଇଁ ବଡ ସମସ୍ୟା ସୁଷ୍ଟି ହୋଇଛି। ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟାଙ୍କରୁ ଠକେଇ କରିଥିବା ରୋଟୋମାକ୍‌ କମ୍ପାନୀ ଖୁବ୍‌ ଶୀଘ୍ର ବନ୍ଦ ହେବାକୁ ଯାଉଛି । କମ୍ପାନୀ ମାଲିକଙ୍କର ଭାଗୀଦାରୀ ଯୋଜନାକୁ ବ୍ୟାଙ୍କ୍‌ ବନ୍ଦ କରିଛନ୍ତି । ବ୍ୟାଙ୍କଗୁଡ଼ିକ ୯୦ ଦିନ ପର୍ୟ୍ୟନ୍ତ ଅଧିକ ବର୍ଦ୍ଧିତ ସମୟ ସୀମା ଦେବାକୁ ମନା କରିଛନ୍ତି ।

ତେଣୁ ରୋଟୋମାକ୍‌ କମ୍ପାନୀ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ବ୍ୟାଙ୍କ୍‌ ଠକେଇ ଅଭିଯୋଗରେ ବିକ୍ରମ କୋଠାରୀଙ୍କର ରୋଟୋମାକ୍ ଏକ୍ସପର୍ଟସ୍‌ ଏବଂ ରୋଟୋମାକ୍‌ ଗ୍ଲୋବାଲ କମ୍ପାନୀ ନିଲାମ କରିବ । ଏ ପର୍ୟ୍ୟନ୍ତ କୌଣସି ରିଜୁଲେସନ୍‌ କରାଯାଇ ନ ଥିବାରୁ କମ୍ପାନୀଗୁଡ଼ିକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋର୍ଟ । ବ୍ୟାଙ୍କ୍‌ ୧୮୦ ଦିନ ପର୍ୟ୍ୟନ୍ତ ସମୟ ଦେଇଥିଲେ।

ବ୍ୟାଙ୍କରପ୍ଟସି କୋର୍ଟ ନିୟମ ଅନୁଯାୟୀ ଦିଆଯାଇଥିବା ସମୟ ସୀମାକୁ ବର୍ଦ୍ଧିତ କରାଯାଇ ପୁର୍ନବାର ୯୦ ଦିନ ପର୍ୟ୍ୟନ୍ତ ସମୟ ଦିଆଯାଇଥାଏ । ରୋଟୋମାକ୍‌ କମ୍ପାନୀ ରେଜଲୁସନ୍‌ ପ୍ରଫେସନାଳ ଅନିଲ ଗୋୟଲ କହିଛନ୍ତି ବ୍ୟାଙ୍କ୍‌ ଅଧିକ ସମୟ ଦେବାକୁ ମନା କରି ଦେଇଛନ୍ତି । କରଜଦାତା ସମିତିକୁ ନେଇ ଏଥିପାଇଁ ଏକ ମତଦାନ ହୋଇଥିଲା।

ସୂଚନାଯୋଗ୍ୟ,ଏକ ସପ୍ତାହ ପୂର୍ବରୁ ରୋଟୋମାକ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ ଓ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ସିବିଆଇ ଗିରଫ କରିଥିଲା । ବିକ୍ରମ ଏବଂ ତାଙ୍କ ପୁଅଙ୍କୁ ପୋଲିସ ପ୍ରଥମେ ପଚରାଉଚରା ପାଇଁ ନେଇଥିଲା । ମାତ୍ର ଦୁହିଁଙ୍କଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ସିବିଆଇ ଗିରଫ କରିଥିଲା।

ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ଓରିଣ୍ଟାଲ ବ୍ୟାଙ୍କ୍‌ ଅଫ୍‌ କର୍ମସ, ଆହ୍ଲାବାଦ ବ୍ୟାଙ୍କ୍‌ ଓ ୟୁନିୟନ୍‌ ବ୍ୟାଙ୍କ ଭଳି ବ୍ୟାଙ୍କ୍‌ ଗୁଡ଼ିକରୁ ରୋଟୋମାକ୍‌ କମ୍ପାନୀ ପ୍ରାୟ ୪୦୦୦ କୋଟି ଟଙ୍କା ଠକିନେଇଛି।

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ rotomac

ପଢନ୍ତୁ;

ଫ୍ରାନ୍ସର ରାଷ୍ଟ୍ରପତି ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା, ସ୍ଵାକ୍ଷରିତ ହେଲା ୧୪ଟି ଚୁକ୍ତିନାମା

Related posts

No fly list – Banning Passengers From Flying If They Misbehave

Krishna Kumar Manoj

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

Krishna Kumar Manoj

ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More