News

ରାଉରକେଲାରେ ଏକ ବିଚିତ୍ର ବାହାଘର : ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ ,ଦେଖାଇଲେ ମ୍ୟାରେଜ ସାର୍ଟିଫିକେଟ

ରାଉରକେଲାରେ ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା। ରିସେପସନ ପାର୍ଟି ହେଉଥିବା ବେଳେ ପ୍ରଥମ ସ୍ୱାମୀ ପହଚିଂଥିଲେ। ଅଭିଯୋଗ ଆସିଛି ଯେ ,ଗୋଟେ ଝିଅ ନିଜର ପ୍ରଥମ ସ୍ୱାମୀଙ୍କୁ ଧୋକା ଦେଇ ଦ୍ୱିତୀୟ ବିବାହ କରିଛି।

ରାଉରକେଲା ବନ୍ଧମୁଣ୍ଡାର ମନଜଂୟ ଚୌବେ ୨୦୧୬ଜୁଲାଇ ୧୨ ତାରିଖରେ ଜଗଦାର ଏକ ଝିଅକୁ ଭଲ ପାଇ ବିବାହ କରିଥିଲେ।

ଏପରିକି ପରିବାର ଲୋକଙ୍କ ବିରୋଧ ଯୋଗୁଁ ରାଉରକେଲା ସବ ରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ଭାବେ ଦୁହିଁଙ୍କର ବିବାହ ହୋଇଥିଲା । ଉଭୟ କିଛି ଦିନ ହସଖୁସିରେ ରହିଥିଲେ।କିନ୍ତୁ ଗତ ୨୨ ତାରିଖରେ ମନଜଂୟ ନିଜ ବେପାର କାମରେ ବନାରସ ଯାଇଥିଲେ। ଯିବା ବେଳେ ସ୍ତ୍ରୀକୁ ଲକ୍ଷେ ୩୦ ହଜାର ଟଙ୍କା ଦେଇ ମଧ୍ୟ ଦେଇ ଯାଇଥିଲେ । ଏହା ପରେ ବନାରସରୁ ବହୁ ଥର ସ୍ତ୍ରୀଙ୍କ ପାଖକୁ ଫୋନ କରିଥିଲେ କିନ୍ତୁ ସ୍ତ୍ରୀ ତାଙ୍କ ଫୋନର ଉତ୍ତର ଦେଇନଥିଲେ।

ମନଜଂୟଙ୍କ ମନକୁ ସନ୍ଦେହ ଆସିଥିଲା। ତାପରେ ସେ ଝିଅର ବାପାଙ୍କୁ ମଧ୍ୟ କଲ କରିଥିଲେ, କିନ୍ତୁ ସେ ଉଠାଇନଥିଲେ । ଶେଷରେ ଝିଅର ମା ଫୋନ ଉଠାଇ କହିଥିଲେ ଯେ, ଝିଅର ବାହାଘର ସରିଛି, ଏବେ ମେକ ଅପ ପାଇଁ ପାର୍ଲର ଯାଇଛି । ଏହା ପରେ ମନଜଂୟ ବିଳମ୍ବ ନକରି ଆସି ରାଉରକେଲାରେ ପହଂଚିଥିଲେ ।

ଘର ମଧ୍ୟ ତାଲା ପଡିଥିବା ଦେଖିଲେ । ପୁଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ପୁଲିସ ଗୁରୁତ୍ୱ ଦେଇନଥିଲେ । ଶେଷରେ ଯୁବତୀଙ୍କ ରିସେପସନ ପାର୍ଟିରେ ପହଂଚି ମ୍ୟାରେଜ ସାର୍ଟିଫିକେଟ ସହ ଦୁହିଁଙ୍କର ଫଟୋ ମଧ୍ୟ ଦେଖାଇଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ପଢନ୍ତୁ;

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

Related posts

ବିଜେଡ଼ିର ମାଷ୍ଟର ଷ୍ଟ୍ରୋକ: ଲୋକସଭାକୁ ଦେବ ୩୩% ମହିଳା ପାର୍ଥୀ

Ratnamani Moharana

ଇପିଏଫ ଆକାଉଂଟଧାରୀଙ୍କ ପାଇଁ ଦୁଃସମ୍ବାଦ , ମିଳୁଥିବା ସୁଧ ଉପରେ ମଧ୍ୟ ଦେବାକୁ ପଡିବ ଟାକ୍ସ

ENO Beuro

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଗୋଟେ ପରିବାରର ୧୦ ମୃତ

ENO Beuro

1 comment

Leave a Comment