SPORTS

ମାହିଙ୍କ ଗ୍ଲୋଭ୍‌ସରୁ ହଟାଯିବ ବଳିଦାନ ବ୍ୟାଜ

Dh

 ବିଶ୍ଵ କପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନୀଙ୍କ ଗ୍ଲୋଭ୍‌ସରେ ଭାରତୀୟ ସେନାର ‘ବଳିଦାନ ବ୍ୟାଜ୍‌’  ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆସିସି) ପ୍ରଶ୍ନ ଉଠାଇଛି। ଏହା ସହିତ  ଆଇସିସି ଧୋନୀଙ୍କୁ ତାଙ୍କ ଗ୍ଲୋଭ୍‌ସରୁ ‘ବଳିଦାନ ବ୍ୟାଜ୍‌’କୁ ହଟାଇବାକୁ କହିଛି। ଧୋନୀଙ୍କୁ ଗ୍ଲୋଭ୍‌ସରୁ ବ୍ୟାଜ୍‌ ହଟାଇବାକୁ କହିବା ଲାଗି ଆଇସିସି ବିସିସିଆଇକୁ ନିବେଦନ କରିଛି।

Doni 1
Doni 1

ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ପାରା ସ୍ପେଶାଲ ଫୋର୍ସର ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧି ଖେଳିଥିଲେ । ଏହି ବଳିଦାନ ଲୋଗୋ କେବଳ ପାରାମିଲିଟାରୀ କମାଣ୍ଡୋ ବ୍ୟବହାର କରିପାରିବେ । ତେବେ ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତରାଷ୍ଟ୍ରୀୟ ଇଭେଂଟ ବା ମ୍ୟାଚ ସମୟରେ ଜର୍ସି କିମ୍ବା ଅନ୍ୟ ସାମଗ୍ରୀ ଉପରେ ରାଜନୀତି, ଧର୍ମ କିମ୍ବା ଜାତିର ସନ୍ଦେଶ ରହି ପାରିବ ନାହିଁ । ସେନାକୁ ସମ୍ମାନ ଦେବାକୁ ଯାଇ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ପାରା କମାଣ୍ଡୋ ଫୋର୍ସଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧିିଥିଲେ ।

ପଢନ୍ତୁ: ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଆଜି

Related posts

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

ENO Beuro

ଆଜି ଦ୍ୱିତୀୟ ଦିନିକିଆ: ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଭାରତ

ENO Beuro

୪୫ ବର୍ଷରେ ପଦାର୍ପଣ କଲେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର!

ENO Beuro

Leave a Comment