News

ବିମାନବନ୍ଦରରୁ ପୁଣି ୧୦.୫୬ ଲକ୍ଷର ସୁନା ଜବତ

By ENO Beuro

September 01, 2018

ପୁଣି ଥରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି। ଶୁକ୍ରବାର ଦିନ ବିମାନ ବନ୍ଦରରୁ ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ।

ଏୟାର ଏସିଆ ବିମାନ ଏକେ-୩୧ରେ କ୍ୱାଲାଲମପୁର-ଭୁବନେଶ୍ୱର ବିମାନରେ ସୁନା ଆସିଥିଲା। କଷ୍ଟମ୍‌ସ ବିଭାଗ ଅଧିକାରୀମାନେ ଯାଞ୍ଚ ବେଳେ ଏହି ସୁନା ଜବତ କରିଛନ୍ତି । ଟ୍ରଲି ବ୍ୟାଗର ଚକା ତଳେ ୪ ଖଣ୍ଡ ସୁନା ଛଡକୁ ଲୁଚାଇ ରଖାଯାଇଥିଲା । ଏହି ଘଟଣାରେ ଚେନ୍ନାଇର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ । ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବ ପରେ ବିଭିନ୍ନ, ସମୟରେ ସୁନା ଚୋରା ଚାଲାଣ ଘଟଣାକୁ ସାମନାକୁ ଆସୁଛି । କେଜି କେଜି ସୁନା ଜବତ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୂର୍ବରୁ ବହୁ ଥର ସୁନା ଜବତ କରାଯାଇଛି।

ପଢନ୍ତୁ;ଫିଲ୍ମ ଫ୍ରାଇଡେ’ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନର ଆୟ ୬.୮୨କୋଟି