News

୧୫,୧୬୭ କୋଟି ବିମାର ଦାବିଦାର ନାହାନ୍ତି

୧୫,୧୬୭ କୋଟି ଟଙ୍କାର ମୂଲ୍ୟର ଜୀବନ ବିମାର କେହି ଦାବିଦାର ନାହାନ୍ତି। ସେଥିମଧ୍ୟରୁ ୨୩ଟି ଜୀବନ ବୀମା ଦାବି ବାବଦ ଅର୍ଥ ରହିଛି। ଭାରତୀୟ ବୀମା ବିକାଶ ଓ ନିୟନ୍ତ୍ରଣ ପ୍ରାଧିକରଣ(ଆଇଆରଡିଏଆଇ)ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଅର୍ଥକୁ ପଲିସିଧାରୀ କିମ୍ବା ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ଆଇଆର୍‌ଡିଏଆଇ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି। ପଲିସିଧାରୀଙ୍କ ବୀମା ଅର୍ଥ ଠିକ୍‌ ସମୟରେ ସେମାନଙ୍କୁ ପ୍ରଦାନ କରିବାକୁ ନିୟାମକ ଗୁରୁତ୍ୱାରୋପ କରିଛନ୍ତି।

୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମୁଦାୟ ଅଣଦାବି ପରିମାଣ ୧୫,୧୬୭ କୋଟି ହୋଇଥିବା ବେଳେ କେବଳ ଲାଇଫ୍‌ ଇନ୍‌ସୁରାନ୍ସ କମ୍ପାନି(ଏଲ୍‌ଆଇସି)ର ଜମା ରାଶି ରହିଛି ୧୦,୫୦୯ କୋଟି ଟଙ୍କା। ଅନ୍ୟ ୨୨ ପ୍ରାଇଭେଟ୍‌ ସେକ୍ଟରର ବୀମା ରାଶି ରହିଛି ୪,୬୫୭.୪୫ କୋଟି ଟଙ୍କା।

ପ୍ରାଇଭେଟ୍‌ ଇନ୍‌ସୁରାନ୍ସମାନଙ୍କ ମଧ୍ୟରୁ ଆଇସିଆଇସିଆଇର ୮୦୭.୪ କୋଟି, ରିଲାଏନ୍ସ ନିପୋନ୍‌ ଲାଇଫ୍‌ ଇନ୍‌ସୁରାନ୍ସର ୬୯୬.୧୨ କୋଟି, ଏସ୍‌ବିଆଇ ଲାଇଫ୍‌ ଇନ୍‌ସୁରାନ୍ସର ୬୭୮.୫୯ କୋଟି, ଏବଂ ଏଚ୍‌ଡିଏଫ୍ସି ଷ୍ଟାଣ୍ଡାର୍ଡ ଲାଇଫ୍‌ ଇନ୍‌ସୁରାନ୍ସର ୬୫୯.୩ କୋଟି ଟଙ୍କାର ଦାବିଦାର ନାହାନ୍ତି।

କମ୍ପାନୀଗୁଡିକରେ ଏଭଳି ଅଣଦାବିଦାର ଅର୍ଥ ସମ୍ପର୍କରେ ଜାଣିବା ପାଇଁ ଅଂଶୀଦାରଙ୍କୁ ସୁବିଧା ପ୍ରଦାନ କରିବାକୁ ଆଇଆର୍‌ଡିଏଆଇ ନିର୍ଦ୍ଦେଶରେ କହିଛି। ଏପରି ସ୍ଥିତିରେ କମ୍ପାନୀଗୁଡିକ ଓ୍ବେବ୍‌ସାଇଟରେ ସର୍ଚ୍ଚ ସୁବିଧା କରିବାକୁ କୁହାଯାଇଛି।

ପଢନ୍ତୁ;୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ

ENO Beuro

ପାସପୋର୍ଟ ପାଇଁ ଆଉ ବାରମ୍ବାର ଆସିବାକୁ ପଡିବନି ରାଜଧାନୀ ଭୁବନେଶ୍ଵର

ENO Beuro

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More