SPORTS

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

ରୁବେଲ ଦେଇଥିବା ୨୨ ରନ୍‌ ବାଂଲାଦେଶ ପରାଜୟର ଅସଲ କାରଣ

ନିଦହାସ ଟି -୨୦ରେ ସ୍ଵଚନୀୟ ଭାବେ ହାରିଥିଲା ବାଂଲାଦେଶ ।  ରବିବାର ରାତିରେ ବାଂଲାଦେଶ କ୍ରିକେଟ୍‌ ଦଳ ବରଣ କରିଥିବା ହୃଦୟ ଭଙ୍ଗା ପରାଜୟ ଲାଗି ସେହି ଦେଶର ଦ୍ରୁତ ବୋଲର ରୁବେଲ ହୁସେନ ନିଜକୁ ଦାୟୀ କରିଛନ୍ତି । ସେଥିପାଇଁ ସୋମବାର ସକାଳ ହେଉ ହେଉ ରୁବେଲ ବାଂଲା କ୍ରିକେଟ୍‌ ପ୍ରେମୀଙ୍କୁ ହାତଯୋଡ଼ି କ୍ଷମା ମାଗିଛନ୍ତି।

ବିଜୟ ପାଇଁ ଭାରତକୁ ଶେଷ ଦୁଇ ଓଭରରୁ ୩୪ ରନ୍‌ର ଦରକାର ଥିଲା । ଯାହା ଏକପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ରୁବେଲ୍‌ ବୋଲିଂ କରିଥିବା ଊନ୍ନବିଂଶ ଓଭରରୁ ଭାରତ ବିଜୟର ନାୟକ ଦୀନେଶ କାର୍ତିକ ଦୁଇଟି ଛକା ଏବଂ ଦୁଇଟି ଚୌକା ବଳରେ ୨୨ ରନ୍‌ ଅମଳ କରିଥିଲେ ।

ଯାହା ଫଳରେ କି ଶେଷ ଓଭରର ଭାରତକୁ ବିଜୟ ପାଇଁ ଆଉ ମାତ୍ର ୧୨ ରନ୍‌ର ଦରକାର ଥିଲା। ପ୍ରଥମ ପାଞ୍ଚ ବଲ୍‌ରୁ ୭ ରନ୍‌ କରିବା ପରେ ଶେଷ ବଲ୍‌ରେ ଛକା ମାରି କାର୍ତିକ ଭାରତର ବିଜୟ ମୁଣ୍ଡି ମାରିଥିଲେ ।

ରୁବେଲ ଦେଇଥିବା ୨୨ ରନ୍‌ ହିଁ ବାଂଲାଦେଶ ପରାଜୟର ଅସଲ କାରଣ ଥିଲା । ରୁବେଲ୍‌ ମଧ୍ୟ ମ୍ୟାଚ୍‌ ପରେ ଏହା ବୁଝି ପାରିଥିଲେ । କହିଥିଲେ କି ମୁ କେବେ ବି ଭାବି ନ ଥିଲି ଏହି ପରାଜୟର କାରଣ ମୁଁ ହେବି ବୋଲି ।

ସେଥିପାଇଁ ବାଂଲାଦେଶୀ ଦୈନିକ ଖବରକାଗଜ ‘ପ୍ରଥମ ଆଲୋ’କୁ ସାକ୍ଷାତକାର ଦେଇ ରୁବେଲ୍‌ କହିଛନ୍ତି ଏହି ପରାଜୟ ପରେ ମୋତେ ବହୁତ ଖରାପ ଲାଗୁଛି । ପ୍ରଶଂସକଙ୍କୁ ଏହି ପରାଜୟ ପାଇଁ ମୁଁ କ୍ଷମା ମାଗୁଛି ।

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ rubel 1

ପଢନ୍ତୁ ;

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

Related posts

ହକି ବିଶ୍ୱକପ୍‌ ସହ ଯୋଡ଼ି‌ହେଲା ଟାଟା ଷ୍ଟିଲ୍‌

ENO Beuro

୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରି ବିଶ୍ଵ ରେକର୍ଡ କଲା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ!

ENO Beuro

ପଞ୍ଚମ ଦିନିକିଆ: ଶ୍ରୀଲଙ୍କା ୧୭୮ ରନରେ ବିଜୟୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More