Featured

ଓଡିଶା କୁ ଗର୍ବ ଓ ଗୌରବ ଦେଇଥିବା ରୁଚି ଉଦ୍ୟୋଗ ର ୪୨ ବର୍ଷର ଲମ୍ବା ଯାତ୍ରା ବିଷୟରେ କିଛି ଜଣା ଅଜଣା କଥା

ଗୋଟେ କାରଖାନା ଯେଉଁଠି ତିଆରି ହୁଏ ମସଲା ଓ ତିଆରି ହୁଅନ୍ତି ମଣିଷ । ଏହା ଏକ ପରିବାର ଯେଉଠି କାମରେ ଲାଗି ପଡନ୍ତି ଆଉ ହଜାରେ ପରିବାର । ଏହି ବିଶାଳ ପରିବାରର ରୁଚି ପୂର୍ଣ୍ଣ ମସଲାକୁ ଅପେକ୍ଷା କରିଥାନ୍ତି ଓଡିଶା ତଥା ଓଡିଶା ବାହାରର ଲକ୍ଷ ଲକ୍ଷ ପରିବାରର ରୋଷେଇଶାଳା । କାରଖାନାରୁ ରୋଷେଇଶାଳ ଗତିପଥରେ ସାମିଲ ଅଛନ୍ତି ସହ ସହ ଡିଲର ଓ ଲକ୍ଷ ଲକ୍ଷ ଖୁଚୁରା ବ୍ୟବସାୟୀ ।

ଏହି ସ୍ଵପ୍ନ ଓଡିଶା ଓ ଭାରତ ସୀମାରେଖାଦେଇ ପହଞ୍ଚିଛି ଯାଇ ଭୁଟାନ, କୋରିଆ, ଆମେରିକା, ଇଟାଲୀ, ଜରମାନ, ନେପାଲ ଏବୋଂ ମସ୍କଟ ପରି ଦେଶ ମାନଙ୍କରେ । ଏହା ଏକ ନିରନ୍ତର ବଢି ଚାଲିଥିବା ସ୍ଵପ୍ନ, ଯେଉଁଥିରେ ସାମିଲ ହେଇଛି ପାସ୍ତା  ଏବୋଂ ଫ୍ରୋଜିଟ ।  ଏଠି ଏକାଠି ହେଇଛନ୍ତି ଶ୍ରମ ଓ ସଫଳତା ପୁଣି ଏକାଠି ସ୍ଵପ୍ନ ଓ ବାସ୍ତବତା ।

ଏହା ବିଶ୍ଵାସ ହେଉନି ଯେ ଏମିତି ଏକ ବିରାଟ ଉଦ୍ୟୋଗ ଓଡିଶାରେ ସୃଷ୍ଟି ହେଇପାରିଛି । ଯିଏ ଆଜି ଗର୍ବ ପାଲଟିଛି ଭାରତର । ଅବିଶ୍ଵାସକୁ ବିଶ୍ଵାସରେ ଓ ଅସମ୍ଭବକୁ ସମ୍ଭବରେ ଯିଏ ବଦଳେଇ ପାରିଛି ସିଏ ହେଉଛି ରୁଚି ଉଦ୍ୟୋଗ  ।

ସ୍ଵପ୍ନ, ସ୍ଵାଦ, ସମ୍ଭାବନା ଓ ସଫଳତା କୁ ଯିଏ ଏକାଠି କରିପାରିଛନ୍ତି ସେଇ ସେନାପତି ହେଉଛନ୍ତି ଶରତ କୁମାର ସାହୁ । ୪୨ ବର୍ଷ ତଳେ କଟକର ରାଣୀହାଟରେ ସଫଳତାର ମଞ୍ଜି ବୁଣିଥିଲେ ସେତେବେଳର ପ୍ରକ୍ଷାତ କବାଡି ଖେଳାଳି ଶରତ ।  ଯେତେବେଳେ ଶିଳ୍ପ ଉଧେଇ ପାରେନାହିଁ ବୋଲି ଏକ ବଳିଷ୍ଠ ଧାରଣା ଥିଲା ଅନେକଙ୍କର ସେତେବେଳେ ନିଜ ଦୁରଦୃଷ୍ଟିରେ ଏକ ସୁନ୍ଦର ଭବିଷ୍ୟତର ସ୍ଵପ୍ନ ଦେଖିଥିଲେ ଏହି ଖେଳାଳି । ସେତେବେଳେ ମାତ୍ର ୫୦୦୦ ଟଙ୍କା ଉଦ୍ୟୋଗରେ ମସଲା ଗୁଣ୍ଡ ତିଆରି ସ୍ଵପ୍ନ ଦେଖୁଥିବା ଶରତ ସାହୁଙ୍କ ସାଥିରେ ଥିଲେ ମାତ୍ର ଜଣେ କର୍ମଚାରୀ, ପିତା ବନମାଳୀ ସାହୁ ଓ ମାତା ମଇନା ଦେବୀ ଙ୍କ ଶୁଭକାମନା ଓ ସର୍ବୋପରି ମାତା ଲଖେଦେବୀଙ୍କ ଆଶୀର୍ବାଦ ।

“ମୁଁ ସେତେବେଳେ ଜଣେ ଖେଳାଳି ଥିଲି ଓ ବାପାଙ୍କୁ ତାଙ୍କ ବ୍ୟବସାୟ ରେ ସାହାଜ୍ୟ କରୁଥିଲି । ଦିନେ ଏକ ଛୋଟିଆ ଦଙ୍ଗାରେ ମୁଁ, ମୋ ବାପା ଓ ଆଉ ଜଣେ ବସି ଆଗକୁ ବଢିବାର ସ୍ଵପ୍ନ ଦେଖିଲୁ, ଯାହା ଆଜି ଏକ ଜାହାଜରେ ପରିଣତ ହେଲା ଓ ୩ ଜଣ ବଦଳରେ ୩୦ ହଜାର ଲୋକ ଏଥିରେ ଏବେ ସାମିଲ ଅଛନ୍ତି”, ବୋଲି ନିର୍ଦେଶକ ଶରତ କୁମାର ସାହୁ ମତ ଦିଅନ୍ତି ।

ରୁଚିର ଯାତ୍ରାର ଏହି ରାସ୍ତା କେବେବି ସହଜ ନଥିଲା କି ଆଜୀବି ସହଜ ନାହିଁ । ନିରନ୍ତର ପ୍ରୟାଶ ସର୍ବଦା ଜାରିରହିଛି । ପ୍ରତିସମୟର ବାସ୍ତବତା ସହ ଲଢି ଆସି ପହଞ୍ଚିଛି ଏହି ମୁହୂର୍ତରେ । ଦିନକୁ ଦିନ ବଢି ଚାଲିଛି ଏହାର ସାମ୍ରାଜ୍ୟ । ରୁଚି ସୃଷ୍ଟି କରିଛି ବିରାଟ ପାସ୍ତା ୟୂନିଟ ।  ଏକକାଳୀନ ୧୫ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ପାଇଁ ମସଲା ଗଚ୍ଛିତ ରଖିବାର କ୍ଷମତା ଥିବା ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଛି ରୁଚି । ରୁଚି ଆଜି ହେଇପାରିଛି ପୂର୍ବ ଭାରତର ସର୍ବ ବୃହତ ମସଲା ଉଦ୍ୟୋଗରେ ।

ରୁଚି ର ଆଉଏକ ମୁଖ୍ୟ ଶାଖା ହେଉଛି ଫ୍ରୋଜିଟ । ଗ୍ରାହକ ମାନଙ୍କୁ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦେବା ପାଇଁ ଏହା ଆଉ ଏକ ବିଶାଳ ପ୍ରୟାଶ । ଏଥିରେ ସାମିଲ ହେଇଛି ବହୁ ସୁସ୍ଵାଦୁ ରୁଚିକର ଓଡିଆ ଖାଦ୍ୟ । ପୋଡପିଠା, ପଖାଳ ସହ ଶୁଖୁଆ ମଧ୍ୟ ଏଥିରେ ସାମିଲ ରହିଛି ।

ଖାଲି ସୁସ୍ଵାଦୁ ଖାଦ୍ୟ, ମସଲା ଯେ ରୁଚିର ମୂଳ ଲକ୍ଷ ତାହା ନୁହେଁ । ଏହା ମଧ୍ୟ ସମାଜ ସେବାରେ ନିଜକୁ ନିୟୋଜିତ ରଖିଛି । ଆରମ୍ଭ କରିଛି ତାର ରକ୍ତଦାନ ଶିବିର, ବୃକ୍ଷ ରୋପଣ, ଶିକ୍ଷା ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରୋଶ୍ଚାହନ, ବନ୍ୟା ପ୍ରପୀଡ଼ିତାଙ୍କ ପାଇଁ ବଢାଇଛି  ସହାୟତାର ହାତ  ।

ନିଜର ଭିର୍ଣ୍ଣତା ପାଇଁ ବହୁ ସରକାରୀ ବେସରକାରୀ କ୍ଷେତ୍ରରେ ରୁଚି ବହୁ ସମ୍ମାନର ଅଧିକାରୀ ହେଇପାରିଛି ।

ଆହୁରି ଆଗକୁ ଯିବାପାଇଁ ରୁଚିର କ୍ରମାଗତ ଚେଷ୍ଟା ଜାରି ରହିଛି ।

Related posts

ମେଦ ବହୁଳତା କୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି,ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ENO Beuro

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More