News

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡା ଯାତ୍ରା

By ENO Beuro

March 28, 2018

ସ୍ୱମନ୍ଦିର ବାହୁଡିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଶ୍ଵ ପ୍ରସିଦ୍ଧ ବାହୁଡା ଯାତ୍ରା। ମାଉସୀମା ରାମେଶ୍ଵରଙ୍କ ପୀଠରେ ୪ ଦିନ ରହଣି ପରେ ଆଜି ମହାପ୍ରଭୁ ରଥରେ ବିରାଜ କରି ସ୍ଵମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଏହି ଅବସରରେ ରୁକୁଣା ରଥର ସାରଥୀ ନୃସିଂହ ଖୁଂଟିଆଙ୍କ ଅସୁସ୍ଥତା କାରଣରୁ ତାଙ୍କ ପୁଅ ବିଭୂତି ରଂଜନ ଖୁଂଟିଆଙ୍କୁ ଦାୟିତ୍ୱ ଦିଆଯାଇଛି।

ଆଜି ପାରମ୍ପରିକ ନୀତିରିତୀ ଅନୁଯାୟୀ ମହାପ୍ରଭୁଙ୍କର ରଥଟଣା ସମ୍ପନ୍ନ ହେବାର ଯୋଜନା କରାଯାଇଛି । ଅପରାହ୍ନ ୨.୩୦ରୁ ରଥଟଣା ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ଶେଷ କରାଯିବାର ସ୍ଥିର ହୋଇଛି । ରାମେଶ୍ୱର କ୍ଲବ ସମ୍ମୁଖରେ ଥିବା ରଥ ରୋଡରୁ ଗୋସାଗରେଶ୍ୱର, ବଡଦାଣ୍ଡ ଛକ, ବଢେଇବାଙ୍କ ଛକ ଦେଇ ରୁକୁଣା ରଥ ରଥଖଳାରେ ପହଂଚିବ।

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଯାତ୍ରାରେ ବହୁ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ ସେଠାରେ ସୁରକ୍ଷାକୁ କଡାକଡି କରାଯାଇଛି । ରଥଖଳାରେ ପ୍ରାୟ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଏମ୍‌ସି ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ପେୟାର ମେସିନ ସାହାଯ୍ୟରେ ଜଳ ସିଂଚନ ବ୍ୟବସ୍ଥା କରାଯାଇଛି।

ପଢନ୍ତୁ; ‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍‌ର ଏହି ନାୟିକା!