Loading...

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ । ଏଥି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ । ଏଥି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି । ପରେ ଅନ୍ୟନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ । ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି । ରଥର ଚକ ଫାଟିବା ଏବଂ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା ମନ୍ଦିର ପହଞ୍ଚିଥିଲା ରଥ ।


ଗତ ସୋମବାର ଦିନ ମାଆ ପାର୍ବତୀ , ମାଉସୀ ମାଆ ମନ୍ଦିରରୁ ଫେରି-ଚାହାଣୀ ମଣ୍ଡପ ଫେରୁଥିବା ବେଳେ ପାଲିଙ୍କି ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଯାଇଥିଲା । ସେହିପରି ଆଜି ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡ଼କ ଯାତ୍ରା । ଏହି ଅବସରରେ ଭୋରରୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଯାଇଛି । ୧୩ ଦିନ ଧରି ଚାଲୁଥିବା ଏହି ପର୍ବର ଆଜି ଅନ୍ତିମ ଦିନ । ଏହାକୁ ପାଟ ପର୍ବ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଚଡ଼କ ପର୍ବର ଶେଷ ତିନିଦିନ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ ।ଏହି କ୍ରମରେ ଆଜି ଦେହ ଅର୍ଘ୍ୟ ଓ ମାଳ ଚନ୍ଦନ ଅନୁଷ୍ଠିତ ହେବ । ହରେ କଣ୍ଟାପୋଡ଼ି ମାନସିକଧାରୀ ମାନେ ନିଜକୁ ବାବାଙ୍କ ଠାରେ ସମର୍ପିତ କରିବେ । ଆଜି କେବଳ ଦେଉଳିଆ, ଶ୍ରିବେକେଡି ଓ ପାଟଭୁକ୍ତାଙ୍କୁ ନେଇ ଚଡ଼କ ଯାତ୍ରା ଅନୁଷ୍ଠିତ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.