Loading...

ରାମେଶ୍ବର ମନ୍ଦିରରେ ରୁକୁଣାରଥ

ରାମେଶ୍ବର ମନ୍ଦିରରେ ରୁକୁଣାରଥ

ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି।

ଗତକାଲି ବଢ଼େଇବାଙ୍କ ଛକରେ ଅଟକି ରହିଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ସନ୍ଧ୍ୟାରେ ରାମେଶ୍ୱର ମନ୍ଦିରରେ ପହଞ୍ଚିଛି। ବାଟରେ ରଥ ଦୁଇ ଦୁଇ ଥର ଦବିଥିବା ବେଳେ ଗୋଟିଏ ଚକରୁ ପଳଖା ଛାଡ଼ି ଯାଇଛି। ତିନି ଠାକୁର ରାମେଶ୍ବର ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ଶହଶହ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଉସୀ ଘରେ ତିନି ଠାକୁରଙ୍କୁ ଦର୍ଶନ କରି ମହାଆନନ୍ଦ ଲାଭ କରିଛନ୍ତି। ବର୍ଷକୁ ଥରେ ଏହି ଦିବ୍ୟ ଦର୍ଶନ ସୁଯୋଗ ଆସୁଥିବାରୁ ଏକାମ୍ର କ୍ଷେତ୍ରର ଅଧିବାସୀମାନେ ଆଜି ସନ୍ଧ୍ୟାରେ ରାମେଶ୍ବର ମନ୍ଦିରରେ ଭିଡ଼ କରିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.