26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ଏକାଦଶ ପରୀକ୍ଷା ପାସ୍‌ କଲେ ଦ୍ୱାଦଶ ଶ୍ରେଣୀକୁ ଯିବେ ଛାତ୍ରଛାତ୍ରୀ

ଯଦି କୌଣସି ଛାତ୍ରଛାତ୍ରୀ  ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ଵାଦଶ ଶ୍ରେଣୀକୁ ଉନ୍ନୀତ ହୋଇପାରିବେ ନାହିଁ। ଆସନ୍ତାବର୍ଷକୁ ପୁଣିଥରେ ଏକାଦଶ ଶ୍ରେଣୀରେ ପରୀକ୍ଷା ଦେବାକୁ ପଡିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବଭଳି କଲେଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ମାର୍ଚ୍ଚ ୩ରୁ ଯୁକ୍ତ୨ ଦ୍ବିତୀୟ ବର୍ଷର ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଅର୍ଥାତ୍‌ ଫେବ୍ରୁ୍ଆରି ତୃତୀୟ ସପ୍ତାହ ବେଳକୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା କରିବାକୁ ଯୋଜନା ହୋଇଥିଲା।  ମାତ୍ର ‌କେତେକ କଲେଜ ତାହାକୁ ପାଳନ କରୁ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜରକୁ ଆସିଛି। ତେଣୁ ଚଳିତ ଶିକ୍ଷାବର୍ଷରୁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

ପଢନ୍ତୁ: ସାଂସଦ ସନ୍ନି ଦେଓଲ ନିଖୋଜ ନେଇ ଲାଗିଲା ପୋଷ୍ଟର

Related posts

ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ରେଳଷ୍ଟେସନରେ ଲାଗିବ ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More