February 17, 2019

କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ: ନୀତିକୁ ବିଳମ୍ବରେ ଆସିଲେ ସେବାରୁ ବହିଷ୍କାର

puri

ଶ୍ରୀବିଗ୍ରହଙ୍କ ନୀତି ସମ୍ପାଦନରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ନିର୍ଦ୍ଧାରଣ ମୁତାବକ ସମୟରେ ସେବକମାନଙ୍କୁ ନିଜ ନିଜର ସେବାରେ ଯୋଗ ଦେବାକୁ ହେବ। କ୍ରମାଗତ ତିନିଥର ଜାଣିଶୁଣି ଠାକୁରଙ୍କ ସେବାରେ ଯୋଗ ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ସେବାୟତକୁ ସେବାପୁଜାରୁ ବହିଷ୍କାର କରାଯିବ। ଅନ୍ୟ ଅର୍ଥରେ ଶାଢୀ ବନ୍ଧା ଅଧିକାରୀଙ୍କୁ ପ୍ରତ୍ୟାହାର କରି ନିଆଯିବ।

ନୀତିରେ ୧୫ ମିନିଟ ବିଳମ୍ବ ପାଇଁ ୧୫ ପ୍ରତିଶତ, ଅଧଘଣ୍ଟା ବିଳମ୍ବ ପାଇଁ ୫୦ ପ୍ରତିଶତ ଓ ଏକଘଣ୍ଟା ବିଳମ୍ବ ହେଲେ ଗୋଟିଏ ଦିନର ପାଳିଆ ପୁରସ୍କାର କଟାଯିବ । ସେହିପରି ଡିସେମ୍ବର ୨୮ ନୀତି ବିଭ୍ରାଟ ମାମଲାରେ ସିସିଟିଭି ଫୁଟେଜ ଆଧାରରେ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି।

ଅନ୍ୟପକ୍ଷେ ବହୁ ପ୍ରତୀକ୍ଷିତ ଅବଢ଼ା ଦର ତାଲିକା ଆନନ୍ଦ ବଜାରରେ ଲାଗିବା ଆହୁରି ବିଳମ୍ବ ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ବରାଦି ଭୋଗରେ ପସ୍ତୁତ ଅବଢ଼ା ଦର ଚୂଡ଼ାନ୍ତ ହୋଇ ସାରିଥିଲେ ବି ଦର ତାଲିକାକୁ ନେଇ ମତପାର୍ଥକ୍ୟ ରହୁଥିବାରୁ ଏ ନେଇ ସୁଚିନ୍ତିତ ମତ ରଖିବାକୁ ସୁଆର ମହାସୁଆର ନିଯୋଗକୁ କୁହାଯାଇଥିବା ‌ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ଶ୍ରୀଜଗନ୍ନାଥଙ୍କ ନାମରେ ରୁପା ପଦକ ବିକ୍ରି ହେବ। ଏହି ପ୍ରସ୍ତାବ ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି।

ପଢନ୍ତୁ;  ଫେବୃଆରୀରେ କୋରାପୁଟ ଆସିବେ ପ୍ରିୟଙ୍କା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More