News

ପୋଲିସ କମିଶନରେଟଙ୍କ ନିଷ୍ପତି:ଚାନ୍ଦା ଜୁଲମ କଲେ ବନ୍ଧା ହେବ

By ENO Beuro

September 07, 2018

ବଳପୂର୍ବକ ପୂଜା ଚାନ୍ଦା ମାଗିଲେ ମିଳିବ ଏହି ଦଣ୍ଡ

ଆସନ୍ତା ୧୩ ତାରିଖରେ ଗଣେଶ ପୂଜା।ଏହା ପରେ ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଆଦି ବିଭିନ୍ନ ପୂଜାପର୍ବ ପାଇଁ ରାଜଧାନୀ ଉତ୍ସବମୁଖର ହେବ। ଏହି ସମୟରେ କୌଣସି ପୂଜା କମିଟି ସଦସ୍ୟ ଜୋରଜବରଦସ୍ତ ଚାନ୍ଦା ମାଗିଲେ ବନ୍ଧା ହେବେ। ଏ ଦିଗରେ ପଦକ୍ଷେପ ନେବାକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଟ୍ବିନ୍‌ସିଟିର ଡିସିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,ମସ୍‌ଜିଦ କିମ୍ବା ଚର୍ଚ୍ଚରେ ପ୍ରାର୍ଥନା ସମୟରେ ଉଚ୍ଚଶବ୍ଦରେ ସାଉଣ୍ଡ ବଜାଯିବ ନାହିଁ। ଯେଉଁ ଜାଗାରେ ବିବାଦ ରହିଥିବ ସେଠାରେ ପୂଜା ପେଣ୍ଡାଲ କରାଯିବ ନାହିଁ। ଭସାଣି ସମୟରେ ଲାଠି ଓ ଅନ୍ୟ ଲୁହା ହତିଆର ନିଆଯିବ ନାହିଁ। ପୂଜାରେ ଅଶ୍ଳୀଳ ଡ୍ୟାନ୍ସ କରାଯିବ ନାହିଁ। ଏହାସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଉଣ୍ଡ ବକ୍ସ ବଜାଯିବ ନାହିଁ। ଭସାଣି ସମୟରେ ନିଜର ଅଞ୍ଚଳରେ ଭସାଣି କରାଯିବ। ଭସାଣି ସମୟରେ ନିଶା ସେବନ ଉପରେ କଟକଣା ଲଗାଯିବା ସହ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଢନ୍ତୁ;ଲଗାଣ ବର୍ଷା ପାଇଁ ସୁନ୍ଦରଗଡ ଏବଂ କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ଛୁଟି