Loading...

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ଋଷ ପ୍ରବେଶ ଉପରେ ରୋକ ଲଗାଇଲେ ପୁଟିନ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ଋଷ ପ୍ରବେଶ ଉପରେ ରୋକ ଲଗାଇଲେ ପୁଟିନ

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି।

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ ୟୁକ୍ରେନ ସଂଘର୍ଷକୁ ନେଇ ଏହି ନେତାମାନଙ୍କର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି। ମସ୍କୋ ତରଫରୁ ଜାରି ‘ଷ୍ଟପ୍‌ ଲିଷ୍ଟ୍‍’ରେ ୧୩ ଜଣ ବ୍ରିଟିଶ ରାଜନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ମୂଳର ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଗୃହମନ୍ତ୍ରୀ ପ୍ରୀତି ପଟେଲ। ଏହା ବ୍ୟତୀତ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ବାଲାସ୍‌ ମଧ୍ୟ ସାମିଲ ଅଛନ୍ତି।ବୟାନରେ କୁହାଯାଇଛି ଯେ ବ୍ରିଟିଶ ସରକାରଙ୍କ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ, ବିଶେଷକରି ରୁଷୀୟ ସଂଘର ଶୀର୍ଷ ଅଧିକାରୀମାନଙ୍କ ଉପରେ ଲାଗୁ ପ୍ରତିବନ୍ଧକକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ବ୍ରିଟେନ ସରକାରଙ୍କ ପ୍ରମୁଖ ସଦସ୍ୟ ଏବଂ ରାଜନେତାମାନଙ୍କୁ ରୁଷର ‘ଷ୍ଟପ୍‌ ଲିଷ୍ଟ୍‍’ରେ ସାମିଲ କରାଯାଇଛି। ବ୍ରିଟେନ ତରଫରୁ ରୁଷକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଲଗା କରିବାର ଉଦ୍ଦେଶ୍ୟରେ ଚଲାଯାଇଥିବା ରାଜନୈତିକ ଅଭିଯାନର ପ୍ରତିକ୍ରିୟା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି।

ବୟାନ ମୁତାବକ, ଏହି ଅଭିଯାନ ରୁଷର ଘରୋଇ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଚଲାଯାଇଥିଲା। ବ୍ରିଟେନର ନେତୃତ୍ୱ ଜାଣିଶୁଣି ୟୁକ୍ରେନ ସ୍ଥିତିକୁ ବିକଟ କରାଇବା ସହିତ ଘାତକ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଇ କିଭ୍‌ ଶାସନ ପ୍ରଣାଳୀକୁ ଉସୁକାଉଛି। ରୁଷ୍‌ ଉପରେ ଲାଗୁ ପ୍ରତିବନ୍ଧକର ଜବାବରେ ବ୍ରିଟେନ ପିଏମ୍‌ ଜନସନ ଏବଂ ଉଚ୍ଚ ଅଧିକାରୀମାନଙ୍କର ପ୍ରବେଶ ଉପରେ ରୁଷ୍‌ ମଧ୍ୟ ପ୍ରତିବନ୍ଧକ ଲଗାଇ ଦେଇଛି।

ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ବୟାନରେ କହିଛି, ଏହି ପଦକ୍ଷେପ ଲଣ୍ଡନର ବେଲଗାମ୍‌ ସୂଚନା, ରୁଷ୍‌କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଲଗା କରିବା, ଦେଶକୁ ପ୍ରତିବନ୍ଧକ କରିବା ଏବଂ ଘରୋଇ ଅର୍ଥବ୍ୟବସ୍ଥାର ତଣ୍ଟି ଚିପିବା ଉଦ୍ଦେଶ୍ୟରେ ଚାଲିଥିବା ରାଜନୈତିକ ଅଭିଯାନର ଜବାବରେ ନିଆଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.