Loading...

ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ କରିଦେଲା ୟୁକ୍ରେନ

ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ କରିଦେଲା ୟୁକ୍ରେନ

ଋଷ ଓ ୟୁକ୍ରେନ ମଧ୍ୟରେ ଏବେ କିଛି ବି ହୋଇପାରେ । କାରଣ ବ୍ଲାକ୍ ସି’ରେ ଋଷର ଶକ୍ତିଶାଳୀ ଯୁଦ୍ଧପୋତରେ ବିସ୍ଫୋରଣ ଓ ନିଆଁ ଲାଗିବା ପରେ ଏହାକୁ ୟୁକ୍ରେନ ଘଟାଇଥିବା ୟୁକ୍ରେନ ଦାବୀ କରିବା ପରେ ଆହୁରି ଭୟଙ୍କର ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।

ଋଷ ଓ ୟୁକ୍ରେନ ମଧ୍ୟରେ ଏବେ କିଛି ବି ହୋଇପାରେ । କାରଣ ବ୍ଲାକ୍ ସି’ରେ ଋଷର ଶକ୍ତିଶାଳୀ ଯୁଦ୍ଧପୋତରେ ବିସ୍ଫୋରଣ ଓ ନିଆଁ ଲାଗିବା ପରେ ଏହାକୁ ୟୁକ୍ରେନ ଘଟାଇଥିବା ୟୁକ୍ରେନ ଦାବୀ କରିବା ପରେ ଆହୁରି ଭୟଙ୍କର ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମୋସ୍କଭା ଯୁଦ୍ଧପୋତ ସମୁଦ୍ର ଭିତରେ ଜଳୁଥିବାବେଳେ ଦୁନିଆଁରେ ବିଶ୍ୱ ଯୁଦ୍ଧର ଆଶଙ୍କା ଆହୁରି ଘନେଇବାରେ ଲାଗିଛି ।ମୋସ୍କଭା ହେଉଛି ଋଷର ସବୁଠୁ ପରାକ୍ରମୀ ମିସାଇଲ କ୍ରୁଜ୍ । ଏହା ଯୁଦ୍ଧ ସମୟରେ ୟୁକ୍ରେନ ଉପରେ ମିସାଇଲ ବର୍ଷା କରିବାର ଗୁରୁ ଦାୟିତ୍ୱ ନେଇଥିଲା । ହେଲେ ହଠାତ୍ ଗୁରୁବାର ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ୟୁକ୍ରେନ ଘଟାଇଥିବା ଦାବି କରିଛି । ଏହାପରେ ପରିସ୍ଥିତି ଆହୁରି ଭୟଙ୍କର ହେବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ ବୋଲି ବିଶ୍ୱର ଅନେକ ବୁଦ୍ଧିଜୀବି ତଥା ପ୍ରତିରକ୍ଷା ବିଶେଷଜ୍ଞ ଅନୁମାନ କରୁଛନ୍ତି ।


 

ଏହି ମିସାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରାଯାଇଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ , ଟରପୀଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଛି । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଛି । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରାଯାଇଛି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.